ପୁରୁଷୋତ୍ତମପୁର ଗ୍ରାମରେ ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ


କେନ୍ଦ୍ରାପଡା ଅଫିସ ,୧୯/୮: କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ଶ୍ରୀ ରାମ ମନ୍ଦିରରେ ଚଳିତମାସ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ତତ୍ତ୍ୱାବଧାନରେ ୯ଦିନ ବ୍ୟାପୀ ପାରାୟଣ ଉତ୍ସବରେ ପଣ୍ଡିତ ରାଜକିଶୋର ମହାପାତ୍ର ବ୍ୟାସ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିଶ୍ୱସ୍ୱରୁପ ରଥ କର୍ତ୍ତା ଭାବେ ପାରାୟଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ପଣ୍ଡିତ ଅରୁଣ କୁମାର ପଣ୍ଡା, ବାବାଜୀ ହୃଷିକେଶ ଦାସଙ୍କ ଦ୍ୱାରା ପ୍ରବଚନ ପରିବେଶକୁ ଭକ୍ତିମୟ କରିଥିଲା । ଆଜି ଶେଷ ସନ୍ଧ୍ୟାରେ ଭାବଗ୍ରାହୀ କଳା ନିକେତନର କଳାକାରଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦୀପକ କୁମାର ରଥ, ଦିନେଶ କୁମାର ରଥ ଓ ମାନସ କୁମାର ରଥ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading