ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ



ପଟ୍ଟାମୁଣ୍ଡାଇ ୨୦/୮-ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଜିଲ୍ଲା ଓବିସି ସେଲ ପ୍ରାକ୍ତନ ସଭାପତି ମଳୟ ଦାସ, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ, ତପନ ପାତ୍ର, ଦିଲ୍ଲୀପ ସେଠୀ, ଅମୁଲ୍ୟ ମଳିକ, ରଞ୍ଜନ ଦାସ, ସୁଭାଶିଷ ବାରିକ, ନକୁଳ ଦାଶ,ରଂଜିତ ଜେନା ଓ ଶିକାରୀ ଜେନା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମକର୍ତା ଭାଷଣ ଦେଇ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନୂତନ ଭାରତ ଗଠନରେ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ତାଲିମ ଶିବିର ଉଦଯାପିତ

Tue Aug 20 , 2024
ପଟ୍ଟାମୁଣ୍ଡାଇ ତା ୨୦/୮ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ଭାବେ ତାଲିମ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ମାନଙ୍କୁ ନେଇ ଏକ ତାଲିମ ଶିବିର ଗତ ୨ ତାରିଖ ରୁ ଆରମ୍ଭ ହୋଇ ୨୦ ତାରିଖରେ ଉଦଯାପିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତ ସରକାରୀ […]