ଶ୍ରୀରାମ ଚରିତ ମାନସ ପାରାୟଣ ଓ ଭଜନ ସମାରୋହ ଅନୁଷ୍ଠିତ



କେନ୍ଦ୍ରାପଡା,୨୦/୮: ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବକ୍ତା ତଥା ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିରରେ ପବିତ୍ର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ନବ ଦିବସୀୟ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ବିଶ୍ୱସ୍ୱରୂପ ରଥ, ମାନସ ପାରାୟଣରେ ପଣ୍ଡିତ ରାଜକିଶୋର ମିଶ୍ର, ସୁନ୍ଦରାକାଣ୍ଡ ପାରାୟଣରେ ପଣ୍ଡିତ ରବିରଂଜନ ତ୍ରିପାଠୀ ଏବଂ ବାଦ୍ୟ ଯନ୍ତ୍ରରେ ସୁଶୀଲ୍ ସୂତାର ଓ କୈବଲ୍ୟ ନାୟକ ଅଂଶଗ୍ରହଣ କରିଥିଲେ । ପ୍ରବଚକ ଭାବରେ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, ଡ. ଅରୁଣ ପଣ୍ଡା ଏବଂ ବାବାଜୀ ହୃଷୀକେଶ ଦାଶ ଯୋଗଦେଇ ପରମ କାରୁଣିକ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଉଦ୍‌ଯାପନୀ ଦିବସ ଅର୍ଥାତ୍ ଗହ୍ମା ପୂର୍ଣ୍ଣିମା ପୂର୍ବାହ୍ନରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର କୃତି କଳାକାର ଯଥାକ୍ରମେ ଉପେନ୍ଦ୍ର ପାଢୀ, ନିରୁପମା ଜେନା, ରଂଜନ ବରାଳ, ସୌଭାଗିନୀ ମହାପାତ୍ର, ଅଜୟ ଜେନା, ବଳରାମ ମଲିକ ଏବଂ ସ୍ମୃତିରଂଜନ ସ୍ୱାଇଁ ପ୍ରମୁଖ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ସଫଳ ସଂଯୋଜନାରେ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ରଶ୍ମୀତା ସୂତାର ଓଡିଶୀ ନୃତ୍ୟ ଏବଂ ଶ୍ରୀରାମ ଚନ୍ଦ୍ର କୃପାଲୁ ଭଜୁମନ ଓ ରାମ୍ ଆୟେଙ୍ଗେ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଶ୍ରଦ୍ଧାଳୁ ଶ୍ରୋତାମାନଙ୍କ ଅନୁରୋଧରେ ବିମଳ ପ୍ରସାଦ ପରିଡା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, ମେଘ ମାଳାକୁ ଏବଂ ଓଲଟ ବୃକ୍ଷେ ଖେଳୁଛି ଆଦି ଗାଇ କାର୍ଯ୍ୟକ୍ରମ ଆରମ୍ଭରୁ ସମସ୍ତଙ୍କୁ ବିମୋହିତ କରିଥିଲେ । ନୂଆଦିଲ୍ଲୀରୁ ପ୍ରକାଶିତ ଉଦୟ ଇଣ୍ଡିଆ ପତ୍ରିକାର ସଂପାଦକ ଦୀପକ ରଥ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାନସ ରଥ, ଦିନେଶ ରଥ, ଋକ୍ମିଣୀ ରଥ, ଉପାଲି ଅପରାଜିତା, ସ୍ୱର୍ଣପ୍ରଭା ଏବଂ ବୈଜୟନ୍ତୀ ରଥ ଏଥିରେ ସହାୟତା କରିଥିଲେ । ବିଶ୍ୱରୂପା, ତପ୍ତୀ ତନିଶା, ଚିନ୍ମୟୀ ଏବଂ ପାପାଲି ରଥ ସମସ୍ତଙ୍କୁ ପୁଷ୍ପ, ଚନ୍ଦନ, ଅକ୍ଷତ ଏବଂ ସିନ୍ଦୂର ଦେଇ ସ୍ୱାଗତ କରିଥିଲେ । ସୁପ୍ରିମ୍ କୋର୍ଟର ଆଡ୍‌ଭୋକେଟ୍ ପ୍ରସନ୍ନ କୁମାର ନନ୍ଦ ପଣ୍ଡିତ ରଥଙ୍କୁ ସମ୍ବର୍ଦ୍ଧିତ କରି ସୁଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦରଥାନାର ଭାରପ୍ରାପ୍ତ ଅଧିକାରୀ ସରୋଜ କୁମାର ସାହୁ, ବିଶିଷ୍ଟ ସମାଜସେବୀ ଶୁଭଙ୍କର ନାୟକ, ବାୟା ଆଶ୍ରୀତ ଶୁକଦେବ ଜେନା, କ୍ଷୀରୋଦ ସେନାପତି, ପ୍ରଭାବତୀ ସାମନ୍ତରାୟ, କେମ୍ ସଭାପତି ଅକ୍ଷୟ ପାଣି, ଗୋଲକ ବେହେରାଙ୍କ ସମେତ ଶତାଧିକ ବୁଦ୍ଧିଜୀବି ଏବଂ ଗୁଣଗ୍ରାହୀ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଶେଷରେ ପଣ୍ଡିତ ହୃଷୀକେଶ ରଥ ପରିବାର ଏବଂ ଗ୍ରାମ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading