ନୈାବାଣିଜ୍ୟ ସହିତ ସାହିତ୍ୟର ସଂର୍ପକ ନିବିଡ ଥିଲା


କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୨ୟ ସଂଧ୍ୟାରେ ମତବ୍ୟକ୍ତ


କେନ୍ଦ୍ରାପଡା,୦୬ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୨ୟ ସଂଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଅନୁକୂଲ୍ୟରେ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣା କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡଃ ସର୍ବେଶ୍ୱର ସେଣ ଯୋଗଦାନ କରି କହିଲେ ନୈାବାଣିଜ୍ୟରେ କେନ୍ଦ୍ରାପଡାର ଅବଦାନ ଅତୁଳନୀୟ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ଭାବରେ ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଯୋଗଦେଇ ନୈାବାଣିଜ୍ୟର ଅମରକୃତି ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାହିତ୍ୟ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ ବାଲିଯାତ୍ରାର ଐତିହ୍ୟ ପରମ୍ପରା ସଂପର୍କରେ ଆଲୋଚନା କରନ୍ତି । ଅନ୍ୟମାନଙ୍କ ମଧଯୟରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ମୁଖ୍ୟବକ୍ତା ଭାବରେ ସାହିତ୍ୟ ସଂସଦର ସଭାପତି ଡାଃ ବାସୁଦେବ ଦାସ, ବାଲିଯାତ୍ରା ମହୋତ୍ସବ କମିଟିର ସଂପାଦକ ସଂଜୟ କୁମାର ଜେନା ଉପସ୍ଥିତ ରହି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଅନ୍ୟତମ ବରଣ୍ୟେ ଅତିଥି ଭାବରେ ଡାକ୍ତର ବିଜୟ କୁମାର ଦାସ, ଇଏନଟି ସ୍ପେସିଆଲଟି ଓ ସଂଜିତ କୁମାର ସେଠୀ ମେଡିସିନ ସ୍ପେସିଆଲିଷ୍ଟି ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । କବିମନୋଜ ଶତପଥୀ ଓ ଅଶୋକ କୁମାର ସାହୁଙ୍କୁ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିମନ୍ୟୁ ଗୋଚ୍ଛାୟତ, ଟୁଟୁ ଗେରୁ, ରାଜୁ କୁବେର, ପୀତବାସ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀଧର କୁମାର ଭୋଳ ପରିଚୟ ପ୍ରଦାନ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । ରାମକୃଷ୍ଣ ଦାସ, ମମତା ଶତପଥୀ, ଡଃନାରାୟଣ ପ୍ରସାଦ ଜେନା ଇତ୍ୟାଦି ୫୦ରୁ ଉର୍ଦ୍ଧକବି ସ୍ୱରଚିତ କବିତା ପାଠ କରିଥିଲେ ।


Next Post

କେନ୍ଦ୍ରାପଡା ଓ ମହାକାଳପଡାରେ ହେବ ରାଷ୍ଟ୍ରୀୟ ଏକତା ପଦଯାତ୍ରା

Thu Nov 6 , 2025
କେନ୍ଦ୍ରାପଡ଼ା,୬ା୧୧:କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦୁଇଟି ସ୍ଥାନରେ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା ୧୦ତାରିଖରେ କେନ୍ଦ୍ରାପଡ଼ା ସଦରମହକୁମା ଏବଂ ୨୦ ତାରିଖରେ ମହାକାଳପଡ଼ାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ଚଳିତ ବର୍ଷ ସର୍ଦ୍ଦାର ବଲ୍ଲବ ଭାଇ […]

KANIKA