ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ



କେନ୍ଦ୍ରାପଡ଼ା, ୨୧ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ସ୍ୱାଗତ କରାଯାଇଛି। ଏହି ଉପଲକ୍ଷେ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଉପଦେଷ୍ଟା ନିରଞ୍ଜନ ମେକାପ, ପ୍ରଦୀପ କୁମାର ସିଂ, ପ୍ରଭାତ କୁମାର ନାୟକ, ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ ପ୍ରମୁଖ ଭେଟି ଉତ୍ତରୀୟ, ପୁଷ୍ପଗୁଛ ଏବଂ ବିପ୍ଳବୀ ଜେନାଙ୍କ ଜୀବନୀ ପୁସ୍ତକ ପ୍ରଦାନ କରି ସ୍ୱାଗତ କରିଥିଲେ। ଏଥିସହିତ ଜଣେ ଦକ୍ଷ ଅଧିକାରୀ ଭାବେ କେନ୍ଦ୍ରାପଡାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚନ୍ଦନ ବିହାରି ପରିଡା, ଗୋଲେଖ ଚନ୍ଦ୍ର ପରିଡା, ଅବନ୍ତୀ ବେହେରା, ଆଦିକନ୍ଦ ରାଉଳ, ଅକ୍ଷୟପ୍ରିୟ ଦାସ, ପିତବାସ ଦାସ, ନିରଞ୍ଜନ ବଳ, ଉମାକାନ୍ତ ଗୁରୁ, ଚୈତନ୍ୟ ମଲିକ, ସୁରେଶ ଚନ୍ଦ୍ର ସେଠୀ, ମୁକ୍ତାର ଖାଁ, ସୟଦ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading