ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ରାଜ୍ୟ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ “୨୦୩୬ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟ ହେବାର ସମ୍ଭାବନା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି,ଭୁବନେଶ୍ୱର ଜାତୀୟ ବିଜ୍ଞାନଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ସହକାରୀ ପ୍ରଫେସର ଡ଼ ଅମରେନ୍ଦ୍ର ଦାସ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୦ବର୍ଷ ଧରି ଓଡିଶାର ଅର୍ଥନୈତିକ ବିକାଶ ଓ ଏକ ବିକଶିତ ରାଜ୍ୟ ଭାବେ ଓଡିଶାର ପ୍ରବେଶ ଅର୍ଥନୀତି ଦୃଷ୍ଟିକୋଣରୁ ପାଉଥିବା ସୁଯୋଗ ଓ ସାମନା କରିବାକୁ ଥିବା ପ୍ରତିକୂଳ ପରିସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଅର୍ଥନୀତି ଓ ବିକଶିତ ଓଡିଶା ଉପରେ ମୁଖବନ୍ଧ ପାଠ କରିଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀଭୂୟାଁ ସ୍ୱାଗତଭାଷଣ ଓ ଅଧ୍ୟାପକ ସୁଭାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ଡ଼ ସୁନୀଲ ପ୍ରଧାନ, ଡ଼ ଫକୀର ପ୍ରଧାନ, କ୍ୟାପଟେନ ମନୋଜ ପରିଡା, ରଂଜିତ ସେନାପତି, ଅମୀୟ ଦାସ ରଞ୍ଜନ ବେହୁରା ନିବେଦିତା ପ୍ରଧାନ, ରଞ୍ଜନ ବେହେରା,ରଞ୍ଜନ ଗାହାଣ, ମଧୁସ୍ମିତା ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୃଥ୍ୱୀରାଜ ସିଂ, ପାର୍ବତୀ ପଣ୍ଡା, ଆକାଂକ୍ଷା ପଣ୍ଡା, ଲୋପିତା ସାହୁ, ଦୀପକ ସାହୁ, ନଗେନ ରାଉତ,ଅନିମେଷ ରାଉତ, ପ୍ରଦୀପ ମହାପାତ୍ର ପରିଚାଳନା କରିଥିଲେ ।


Next Post

ଚାଷୀ ପ୍ରତିନିଧିଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା

Sun Jan 5 , 2025
କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଯାଇଛି। ପ୍ରଶାସନ ଜମି ଅଧିଗ୍ରହଣ କରିବା […]