ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ


କେନ୍ଦ୍ରାପଡା,୨୩/୮: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ବଳିଦାନ ଦିବସ ସ୍ଥାନୀୟ ଜଝାଙ୍ଗସ୍ଥିତ ବେହେରା ମାର୍କେଟ କମ୍ପେ୍ଲକ୍ସ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓମ୍ ଧ୍ୱନି ଉଚ୍ଚାରଣ ସହିତ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହିନ୍ଦୁଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ ଓ ବଳିଦାନ ତାଙ୍କୁ ଚିରକାଳ ଅମର ରଖିବ ବୋଲି ଉପସ୍ଥିତ ବକ୍ତା ମତବ୍ୟକ୍ତ କରିଥିଲେ । ତେବେ ସ୍ୱାମୀଜୀଙ୍କ ବଳିଦାନ ଓ ଉତ୍ସର୍ଗୀକୃତ ଜୀବନାଦର୍ଶ ପାଇଁ ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା । ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସୁଶାନ୍ତ ନାୟକ, ହରେକୃଷ୍ଣ ବେହେରା, ରଶ୍ମିରଞ୍ଜନ ସ୍ୱାଇଁ, ଦେବବ୍ରତ ପାତ୍ର, ଲିଙ୍ଗରାଜ କର, ରଞ୍ଜନ କୁମାର ସାହୁ, ରାଜେନ୍ଦ୍ର ମହାପାତ୍ର, ସୌମେନ୍ଦ୍ର ମଣ୍ଡଳ, ସୁଶାନ୍ତ ବେହେରା, ସନ୍ତୋଷ ପୋଥାଳ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜୟରାଷ୍ଟ୍ରର ରାଜ୍ୟ ସହସଂଯୋଜକ ମଳୟ ସାହୁ ଧନ୍ୟବାଦ ଦେଇଥିଲେ ।

 


Next Post

ମଣ୍ଡଳସ୍ତରୀୟ ବନ ମହୋତ୍ସବ ପାଳନ

Fri Aug 23 , 2024
କେନ୍ଦ୍ରାପଡା,୨୩/୮: ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଦ୍ୟାଳୟସ୍ତରରେ ଗଠିତ ହୋଇଥିବା ଇକୋ କ୍ଲବମାନଙ୍କୁ ନେଇ ମଣ୍ଡଳସ୍ତରୀୟ ବନ ମହୋତ୍ସବ ନିକିରାଇସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀ ଓ ଇକୋ କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ, ଶିକ୍ଷିକା, ଇକୋ କ୍ଲବ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଓ ଜଙ୍ଗଲ ବିଭାଗର ଅଧିକାରୀମନେ ରାଲି କରି ପରିବେଶ […]

KANIKA