କେନ୍ଦ୍ରାପଡା କଲେଜକୁ ସରକାରୀ ମାନ୍ୟତା ଦାବି



କେନ୍ଦ୍ରାପଡା,୨୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ରାଜ୍ୟର ସର୍ବପୁରାତନ ଓ ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ ଅଧିକ +୨ ଛାତ୍ରଛାତ୍ରୀ ଓ ୩୫ଶହରୁ ଅଧିକ +୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାବ୍ୟତିତ ୧୫ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଥିବା ବେଳେ ସେଥିରେ ୩୫୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁିଛନ୍ତି। ଏଥିସହ ବିବିଏ, ବିସିଏ, ବି.ଲାଇବ୍ରେରୀ ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବହୁ ସୁନାମ ଧନ୍ୟ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି। ମହାବିଦ୍ୟାଳୟ ପରିସରରେ ଲାବୋରୋଟୋରୀ, ଜିମନାସିଅମ, ପ୍ରେକ୍ଷାଳୟ, ଛାତ୍ରାବାସ ଓ ଛାତ୍ରୀନିବାସ, ଇନଡୋର ଷ୍ଟାଡିୟମ, ପ୍ରଶାସନିକ ଭବନ ପ୍ରଭୃତି ରହିଛି। ଏହିସବୁ ସୁବିଧା ପାଇଁ ଏହି କଲେଜକୁ ନାକ୍ ମାନ୍ୟତା ମିଳିଛି। ଏହା ବିଶ୍ୱ ବିଦ୍ୟାଳୟରେ ରୁପାନ୍ତରିତ ହେବା ପାଇଁ ମଧ୍ୟ ଯୋଗ୍ୟ ଅଟେ। କିନ୍ତୁ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବାକୁ ହେଲେ ମହାବିଦ୍ୟାଳୟଟି ପ୍ରଥମେ ସରକାରୀ ମାନ୍ୟତା ପ୍ରାପ୍ତ ହେବା ଆବଶ୍ୟକ। ଜିଲ୍ଲାରେ ଗୋଟିଏ ହେଲେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ନାହିଁ। ତେଣୁ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କଲେ ବିଭିନ୍ନ ଉତ୍ସରୁ ଅଧିକରୁ ଅଧିକ ଅନୁଦାନ ଆସିପାରିବ। ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚମାନର ଓ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସେହିପରି ଏହା ସରକାରୀ କଲେଜରେ ପରିଣତ ହେଲେ ଗରିବ ଛାତ୍ରଛାତ୍ରୀମାନେ ନାମଲେଖା ଓ ପୁନଃ ନାମଲେଖା ସ୍ୱଳ୍ପ ଅର୍ଥରେ କରିପାରିବେ। ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ ଏହା ପରିସରରେ କାର୍ଯ୍ୟ କରୁଛି। ଦୀର୍ଘ ଦିନ ଧରି କେନ୍ଦ୍ରାପଡାର ଜନସାଧାରଣ ଏହାକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ୧୯୯୦ମସିହାରୁ ଦାବି କରି ଆସୁଛନ୍ତି। ଏହି ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ତେଣୁ ଏହାକୁ ତୁରନ୍ତ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି କେନ୍ଦ୍ରାପଡା ସାଂସଦ ଶ୍ରୀ ପଣ୍ଡାଙ୍କ ନିକଟରେ ଦାବି ହୋଇଛି। ଗୋପିନାଥ ତ୍ରିପାଠୀ, ସୁଭାଶିଷ ମହାରଣା, ସତ୍ୟରଞ୍ଜନ ପୃଷ୍ଟି, ସୁପ୍ରଭା ମହାରଣା, ଶୁଭଶ୍ରୀ ରାଉତ, ବନ୍ଦିତା ମହାନ୍ତି, ସୁଶ୍ରୀ ସୁହାନି ରାଉତ, ମନୋଜ ଲେଙ୍କା, ସୈାଭାଗ୍ୟ ରଞ୍ଜନ, ତପନ ପାଣି, ଜ୍ୟୋତିଶଙ୍କର ସାହୁ, ଶୁଭଶ୍ରୀ ବିଶ୍ୱାଳ, ଅଶୁତୋଷ ପରିଡା, ସୁଜାତା ଦଳେଇ ପ୍ରମୁଖ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Next Post

“ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ , ପରିବେଶ ସୁରକ୍ଷା ଆମ କର୍ତ୍ତବ୍ୟ – ଜିଲ୍ଲାପାଳ

Fri Aug 23 , 2024
କେନ୍ଦ୍ରାପଡ଼ା, ୨୩ା୮: ପରିବେଶର ସୁରକ୍ଷା ଓ ମାଟି ମା’ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ଓ ରହିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟ […]

KANIKA