ପୁନର୍ବାସ ପକ୍ଷରୁ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ପ୍ରସଙ୍ଗରେ ସଚେତନତା ସଭା



କେନ୍ଦ୍ରାପଡା ୨୪/୪- ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ କେନ୍ଦ୍ରାପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ପୁନର୍ବାସ ତରଫରୁ ମାଧପୁର ସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗ ‘ସୁଗମ ନିର୍ବାଚନ ଓ ଭିନ୍ନକ୍ଷମଙ୍କ ଗଣତାନ୍ତ୍ରିକ ଅନ୍ତର୍ଭୁକ୍ତି’ ସମ୍ପର୍କିତ ଏକ ସଚେତନଧର୍ମି ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ୍ ସାହିତ୍ୟି, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ଅଧିକାରିଣୀ ରୂପକ୍ଷଲି ପ୍ରିୟଦର୍ଶିନୀ ନାୟକ, ପୂର୍ବତନ ସ୍ୱଳ୍ପ ସଞ୍ଚୟ ଅଧିକାରୀ, ବରିଷ୍ଟ କବି କରୁଣାକର ଦାସ ପ୍ରମୁଖ ଯୋଗ ଦେଇ ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ସୁଗମ ନିର୍ବାଚନ ନିମନ୍ତେ ଭିନ୍ନକ୍ଷମଙ୍କୁ ବାଧକ ବିହୀନ ପରିବେଶ ପାଇଁ ସରକାର କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ସୁଗମ ଖସଡା, ବ୍ରେଲ୍ ବ୍ୟାଲଟ, ସ୍ୱେଚ୍ଛାସେବୀ ନିଯୁକ୍ତି, ବାହାନ ବ୍ୟବସ୍ଥା, ସାମ ଆପ୍‌ର ଉପଯୋଗୀତା ଓ ୧୨ଡି ଫର୍ମ ଯୋଗେ ନିର୍ବାଚନ ପୂର୍ବ ଦିନ ଘରେ ଭ୍ରାମ୍ୟମାଣ କେନ୍ଦ୍ର କରି ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ମତଦାନ ସମୟରେ ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବାଧା ଓ ସମସ୍ୟା ସମ୍ପର୍କରେ ଉପସ୍ଥିତ ବିଭିନ୍ନ ବର୍ଗର ଭିନ୍ନକ୍ଷମ ବ୍ୟକ୍ତି, ଅଭିଭାବକ, ଏହି ଦିଗରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା, ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିନିଧି ମାନେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ ବ୍ୟାପକ ସଚେତନତାକୁ ଗୁରୁତ୍ୱ ଦେଇଥିବା ବେଳେ ଚଳନ ଶକ୍ତି ବକ୍ଷଧକ ସରକାରୀ ଶିକ୍ଷକ ମନ ରଞ୍ଜନ ତ୍ରିପାଠୀ, ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ ନିର୍ବାଚନ କାର୍ଯ୍ୟଦେବା ସମୟରେ ତାଙ୍କର ଆବଶ୍ୟକତାକୁ ଦୃଷ୍ଟି ଦେବା ଓ ଲୋକ ସଭା, ବିଧାନସଭା ରେ ଆସନ ସଂରକ୍ଷଣ, ଦୃଷ୍ଟି ବାଧିତ ଶିକ୍ଷକ ଅରୁଣ କୁମାର ବେହେରା ବ୍ରେଲ୍ ସିଷ୍ଟମରେ ସରଳୀକରଣ, ଚଳନ ଶକ୍ତି ବାଧକ ପାରା କ୍ରୀଡାବିତ୍ ପ୍ରଶାନ୍ତ କୁମାର ନାୟକ ରାମ୍ପର ସଠିକ୍ ନିର୍ମାଣ, ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଦୃଷ୍ଟି ବାଧିତ ଜୋଲି ତିରୁପତି ରେଡ୍ଡୀ ସବୁ ଦୃଷ୍ଟି ବାଧିତ ଲୋକ ବ୍ରେଲ୍ ଶିଖି ନଥିବାରୁ ସେମାନଙ୍କ ପାଇଁ ରିଡର ବ୍ୟବସ୍ଥା, ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ମଙ୍ଗରାଜ, ପ୍ରାକ୍ତନ ରେଡକ୍ରସ ପ୍ରତିନିଧି ବ୍ରଜ ସୁନ୍ଦର୍ ଦାସ, ସହ ସମ୍ପାଦକ ବଂଶୀଧର ମହାନ୍ତି, କ୍ଷୀରୋଦ କର, ଅମ୍ରିନ ସାହଦତ ପ୍ରମୂଖ ଯୋଜନାର ସଠିକ କାର୍ଯ୍ୟକାରିତା, ସତ ପ୍ରତିଶତ ମତଦାନ, ଭିନ୍ନକ୍ଷମ ସହାୟତା କେନ୍ଦ୍ର ଆଦି ବିଷୟରେ ଆଲୋଚନା କରିଥିଲେ । ପୁନର୍ବାସ ପକ୍ଷରୁ ସଂଜୀବ କୁମାର ଜେନା, ଜ୍ୟୋତିରଞ୍ଜନ ନାୟକ, ମନୋଜ କୁମାର ମହାନ୍ତି , ଶେଷ ଦେବ ଦାସ, ମିହିର ରଂଜନ ବାରିକ, ରଂଜନ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।


Next Post

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବର ବୃକ୍ଷରୋପଣ ମେଧାବୀ ଛାତ୍ର ଦ୍ୱାରା ବୃକ୍ଷରୋପଣ କରାଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଶଂସିତ

Fri Apr 26 , 2024
କେନ୍ଦ୍ରାପଡ଼ା, ୨୫ା୪:ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ,କୁଶିଆପାଳ ଇକୋ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭ୍ରାଲିନ୍ ଜେନା ସଭାପତିତ୍ୱ କରିଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୈାଦ୍ରତାପକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଚଳିତବର୍ଷ ଏନ.ଆର.ଟି.ଏସ. ଓ ଏନ.ଏମ.ଏମ.ଏସ. ପାଇଥିବା ବିଦ୍ୟାଳୟର ମେଧାବୀ ଛାତ୍ର […]

KANIKA