ମହିନ୍ଦ୍ର ଓ ମହିନ୍ଦ୍ରା ପକ୍ଷରୁ ପରିବେଶ ସଚେତନତା ଶିବିର



କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର ଟିଆର୍‌ଏସ୍ ଇଞ୍ଜିନିୟରଙ୍କ ତରଫରୁ ରେଣ୍ଟାଲ ଗ୍ରାହକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମହିନ୍ଦ୍ର ଏବଂ ମହିନ୍ଦ୍ରା ନୂତନ ଜ୍ଞାନ କୌଶଳରେ ନିର୍ମିତ ସିପି.ସିବି.ଆଇଭି.ଟି(ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ) ଜେନେରେଟର ଦ୍ୱାରା ଜଳବାୟୁ ପ୍ରଦୂଷଣ କମ୍ କରିବା, ଉତ୍ତାପ କମ୍ କରିବା ଓ ପରିବେଶ ଉପରେ କମ୍ କୁପ୍ରଭାବ ପଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଣ୍ଟାଲ ଗ୍ରାହାକ ଓ ମହିନ୍ଦ୍ରାର ଏରିଆ ମ୍ୟାନେଜର ରବି ସିଂ ଟିଆର୍‌ଏସ୍ ଇଞ୍ଜିନିୟରଙ୍କର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରାୟ ଉପସ୍ଥିତ ଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରଙ୍କ ମାର୍କେଟିଙ୍ଗ ଏଜିଏମ୍ ବିଶ୍ୱଜିତ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଗ୍ରାହକ ନୂତନ ଜ୍ଞାନ କୌଶଳରେ ନିର୍ଗତ ଜେନେରେଟରର ବ୍ୟବସାୟିକ ସଫଳତା କାମନା କରିଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରଙ୍କର ମାର୍କେଟିଙ୍ଗ ଓ ଆଡମିନିଷ୍ଟ୍ରେସନ ଜିିଏମ୍ ବିଷ୍ଣୁପ୍ରସାଦ ନନ୍ଦ ଓ ସର୍ଭିସ ଜିଏମ୍ ସୁଶାନ୍ତ ଶତପଥି ଉକ୍ତ ସଭାରେ ଉପସ୍ଥିତ ରହି ଜେନେରେଟରର ଜ୍ଞାନକୌଶଳ ବିଷୟରେ ଗ୍ରାହକମାନଙ୍କ ସହ ଆଲୋଚନା କରି ସଫଳତା କାମନା କରିଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାରସ୍ତରୀୟ ଆସର

Mon Aug 26 , 2024
କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ମାସାନ୍ତ ରବିବାରସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନରହରି ସୂତାର, ଦୈନିକ ସମାଜର କାଟୁନିଷ୍ଟ ଜ୍ଞାନେନ୍ଦ୍ର ରଥ ଓ ମୂର୍ତ୍ତି କାରିଗର ବିକଳାନନ୍ଦ ମହାରଣାଙ୍କ ଅକାଳ ବିୟୋଗରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବର୍ଷା […]

KANIKA