
କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇ ଶ୍ରୀଜୀଉଙ୍କ ଆଶୀର୍ବାଦ ନେଇଛନ୍ତି। ପ୍ରାତଃ ୪ଟାରୁ ମନ୍ଦିର ପହୁଡ ଖୋଲିଥିଲା । ନୀତିକାନ୍ତି କରାଯାଇ ଶ୍ରୀଜୀଉଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଜନ୍ମୋତ୍ସବ ଅବସରରେ ଭକ୍ତମାନଙ୍କୁ ଖିରିପିଠା ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ବୋଲି ମନ୍ଦିରର ଟ୍ରଷ୍ଟି ଇଂ.ମାନସ ମହାନ୍ତି ସୂଚନା ଦେଇଛନ୍ତି। ଟ୍ରଷ୍ଟ ବୋର୍ଡ ସଦସ୍ୟ ସୋମନାଥ ଦାସ, ଅନ୍ନପୂର୍ଣ୍ଣା କ୍ଲବର ସଭାପତି ନିରଞ୍ଜନ ସାହୁ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଶାନ୍ତ ନାୟକ, ସନ୍ଦୀପ ମାନସିଂ, କାଉନସିଲର ରମେଶ ଚନ୍ଦ୍ର ଦାସ, ହିମାଂଶୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।











