ମାଆ ପୌର୍ଣମାସୀ ଦୁର୍ଗାଙ୍କ ମୃତ୍ତିକା ଉତ୍ତୋଳନ ଉତ୍ସବ



କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତ ପୁର ଗ୍ରାମ ପଞ୍ଚାୟତର ବାଲିଆ ହାଟ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ନିମିତ୍ତ ପବିତ୍ର ମୃତ୍ତିକା ଉତ୍ତୋଳନ ଉତ୍ସବ ସୋମବାର ଶ୍ରୀକୃଷ୍ଣ ଜନ୍ମ ଓ ମାଆ ଦୁର୍ଗାଙ୍କ ଆବିର୍ଭାବ ଦିବସରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ତଥା ପୂଜା କମିଟି ଅଧ୍ୟକ୍ଷ ନାରାୟଣ ପତିଙ୍କର ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନ ଓ କମିଟିର ସଦସ୍ୟ ବୃନ୍ଦ ଏବଂ ଏହି ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ଶଙ୍ଖ, ହୁଳ ହୁଳୀ, ଘଣ୍ଟଘଣ୍ଟା, ଢୋଲ ମୃଦଙ୍ଗ ବାଦ୍ୟ ପଟୁଆରରେ ବୈଦିକ ପୂଜା ପାଠ ହୋମ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଖ୍ୟ ପୁରୋଧା ମାନଗୋବିନ୍ଦ ମିଶ୍ରଙ୍କ ସମେତ ୩ଜଣ ପୁରୋହିତ, ମନ୍ଦିର ସେବକ ଅକ୍ଷୟ କୁମାର ରାଉଳ, ଦୀପକ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ପାଗଳ, କାର୍ତ୍ତିକ ଚନ୍ଦ୍ର୍ର ପତି, ମୂର୍ତ୍ତୀ କାରୀଗର ବାବାଜୀ ଚରଣ ବେହେରାଙ୍କ ସମେତ ବହୁ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଏହା ସମ୍ପନ୍ନ କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading