ମାଆ ପୌର୍ଣମାସୀ ଦୁର୍ଗାଙ୍କ ମୃତ୍ତିକା ଉତ୍ତୋଳନ ଉତ୍ସବ



କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତ ପୁର ଗ୍ରାମ ପଞ୍ଚାୟତର ବାଲିଆ ହାଟ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ନିମିତ୍ତ ପବିତ୍ର ମୃତ୍ତିକା ଉତ୍ତୋଳନ ଉତ୍ସବ ସୋମବାର ଶ୍ରୀକୃଷ୍ଣ ଜନ୍ମ ଓ ମାଆ ଦୁର୍ଗାଙ୍କ ଆବିର୍ଭାବ ଦିବସରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ତଥା ପୂଜା କମିଟି ଅଧ୍ୟକ୍ଷ ନାରାୟଣ ପତିଙ୍କର ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନ ଓ କମିଟିର ସଦସ୍ୟ ବୃନ୍ଦ ଏବଂ ଏହି ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ଶଙ୍ଖ, ହୁଳ ହୁଳୀ, ଘଣ୍ଟଘଣ୍ଟା, ଢୋଲ ମୃଦଙ୍ଗ ବାଦ୍ୟ ପଟୁଆରରେ ବୈଦିକ ପୂଜା ପାଠ ହୋମ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଖ୍ୟ ପୁରୋଧା ମାନଗୋବିନ୍ଦ ମିଶ୍ରଙ୍କ ସମେତ ୩ଜଣ ପୁରୋହିତ, ମନ୍ଦିର ସେବକ ଅକ୍ଷୟ କୁମାର ରାଉଳ, ଦୀପକ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ପାଗଳ, କାର୍ତ୍ତିକ ଚନ୍ଦ୍ର୍ର ପତି, ମୂର୍ତ୍ତୀ କାରୀଗର ବାବାଜୀ ଚରଣ ବେହେରାଙ୍କ ସମେତ ବହୁ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଏହା ସମ୍ପନ୍ନ କରାଯାଇଛି।


Next Post

ସମାଜସେବୀ ଭାବଗ୍ରାହୀ ଧଳଙ୍କ ପରଲୋକ

Mon Aug 26 , 2024
କେନ୍ଦ୍ରାପଡା,୨୬ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ଗ୍ରାମପଞ୍ଚାୟତର ସୁବଳା ଗ୍ରାମର ସମାଜସେବୀ ଭାବଗ୍ରାହୀ ଧଳଙ୍କର ୮୫ବର୍ଷ ବୟସରେ ତାଙ୍କ ସୁବଳାସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅସିତବନ୍ଧୁ, ଭଗବାନ, ଅଜିତବନ୍ଧୁ, ବୋହୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ, ପୂଜାଶ୍ରୀ, ନାତି ଅବନିମୋହନ, ଦିପକ, ରୁଦ୍ର, ଯଯାଜୀକେଶରୀ, ନାତୁଣୀ ରାଜଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ […]

KANIKA