
ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ବିଶିଷ୍ଟ ସମାଜିକକର୍ମୀ , ସଂଗଠକ, ବହୁ ପ୍ରତିଷ୍ଠାନର ପ୍ରତିଷ୍ଠାତା, ବଳିଷ୍ଠ କର୍ମକାଣ୍ଡ ତତ୍ୱବିତ, ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଦ୍ୱାଦଶ ତିଥିରେ ତାଙ୍କ ଜନ୍ମ ମାଟି ବିଲପୋଖରିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଦାମୋଦର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ସ୍ତମ୍ଭକାର ଭାସ୍କର ରାଉତରାୟ, ସରପଂଚ ଅକ୍ଷୟ ସାମଲ, ବରିଷ୍ଠ କଂଗ୍ରେସ ନେତା ମଳୟ ଦାସ, ଗୌରାଙ୍ଗ ସାମନ୍ତରାୟ, ପ୍ରଭାତ ସେଠୀ, ପ୍ରତାପ ପାଢ଼ୀ, ରାଧାନାଥ ତ୍ରିପାଠୀ, ପ୍ରଫୁଲ୍ଲ ଶତପଥୀ, ମନୋଜ ତ୍ରିପାଠୀ, ପ୍ରମୋଦ ପଣ୍ଡା, ଶ୍ରୀକାନ୍ତ ପ୍ରସାଦ ତ୍ରିପାଠୀ, କାର୍ତିକ ଷଢଙ୍ଗୀ, ଜୟନ୍ତ ତ୍ରିପାଠୀ, ହିତିକ ପଣ୍ଡା, ଇନ୍ଦୁଲତା ତ୍ରିପାଠୀ, ଶରତ ଶତପଥୀ, ସ୍ନିଗ୍ଧା ତ୍ରୀପାଠୀ ପ୍ରମୁଖ ଯୋଗ ଦେଇ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଶ୍ରୀକାନ୍ତ ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

