କେନ୍ଦ୍ରାପଡା ୨୭/୮: ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଧିକାଂଶ ଯୋଜନା ସଠିକ ଭାବେ ସଫଳ ହେଉନାହିଁ । ତେବେ ମୌଳିକ ଆବଶ୍ୟକତା ଥିବା ଶିକ୍ଷାପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ବୋଲି ଆଜି ଆଲୋଚ୍ୟର ବିଷୟ ହୋଇଛି । ଏକ ରକମ୍ ପ୍ରାଥମିକ ଶିକ୍ଷା ଭୁଷୁଡି ପଡିଛି। କେନ୍ଦ୍ରାପଡା ଜିଲ୍ଲାରେ ଏହାର କରୁଣ ଦୃଶ୍ୟ କହିଲେ ନ ସରେ । ଏକାଧିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଛି । ଏଥିପ୍ରତି ନା ସରକାର ନା ପ୍ରଶାସନ କାହାରି ନଜର ନାହିଁ । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଏକ ଆଗୁଆ ଜିଲ୍ଲା ଭାବେ ପରିଗଣିତ ହୋଇଆସୁଛି । କିନ୍ତୁ ଏବେ ଧିରେ ଧିରେ ଏ କ୍ଷେତ୍ରରେ ଏହି ଜିଲ୍ଲା ପଛକୁ ପଛକୁ ଯାଉଛି । ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜିଲ୍ଲାରେ ନଥିବା ବେଳେ ମୂଳଦୁଆ କୁହାଯାଉଥିବା ପ୍ରାଥମିକ ଶିକ୍ଷା ଭୁଷୁଡି ଗଲାଣି । ସହରାଞ୍ଚଳରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ଅବିଭାବକ ଭରଷା ତୁଟେଇ ବେସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି । ଏହାର କାୟା ମଧ୍ୟ ଗ୍ରାମଞ୍ଚଳକୁ ବ୍ୟାପିବାରେ ଲାଗଲାଣି । କାରଣ ବେସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ସଂଖ୍ୟା ଠାରୁ ଅଧିକ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ ନିଯୁକ୍ତି ପାଇ ବିଦ୍ୟାଳୟ ଚଳାଉଛନ୍ତି । ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମାର୍ଶାଘାଇ ଶିକ୍ଷା ମଣ୍ଡଳ ଅଧିନ ମାଣ୍ଡିଆ ରାଘବପୁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ସାତୋଟି ଶ୍ରେଣୀରେ ୯୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୀର୍ଘ ୬ ମାସ ହେବ ଜଣେ ମାତ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟଦେବ ନାୟକ ଶିକ୍ଷାଦାନ କରୁଛନ୍ତି । ଛଅ ମାସ ପୂର୍ବରୁ ଏହି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ପରିଡା ପ୍ରସୂତି କାଳୀନ ଛୁଟିରେ ଅଛନ୍ତି । ସାତୋଟି ଶ୍ରେଣୀକୁ ପରିଚାଳନା କରିବା ଜଣେ ଶିକ୍ଷକଙ୍କ ପାଇଁ ଅସମ୍ଭବ ବ୍ୟାପାର । ଆଉ ଅଧିକ ଶିକ୍ଷକ ଦେବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ସିଆରସିକୁ ବାରମ୍ବାର ନିବେଦନ କରିିବା ସତ୍ୱେ କୌଣସି ସୁଫଳ ମିଳୁନାହିଁ । ଏ ସମ୍ପର୍କରେ ମାର୍ଶାଘାଇ ମଣ୍ଡଳ ଶିକ୍ଷା ଆଧିକାରୀ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା ସପ୍ତାହରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଫାଇଲ ପ୍ରୋସେସିଂ ହେଉଛି । ତେବେ କେଉଁ ବିଦ୍ୟାଳୟରେ କେତେ ଶିକ୍ଷକ ଅଛନ୍ତି ସେ ସମ୍ପର୍କରେ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ସ୍ୱାଇଁ ଅବଗତ ନାହାଁନ୍ତି ବୋଲି ତାଙ୍କ ଉତ୍ତରରୁ ଜଣାପଡିଥିଲା । ପ୍ରାଥମିକ ଶିକ୍ଷାଦାନ କିପରି ଚାଲିଛି ଏହିଥିରୁ ଜଣା ପଡୁଛି ।
kanikanews.in
Next Post
ସରସ୍ବତୀ ଶିଶୁଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା
Tue Aug 27 , 2024
ପଟ୍ଟାମୁଣ୍ଡାଇ ତା ୨୭/୯-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମଧ୍ୟରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଆଚାର୍ଯ୍ୟ ଅଜିତ ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନନ୍ଦଉତ୍ସବର ମହତ୍ୱ […]

You May Like
- 7 months ago
ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ : ୧୦ ଯାତ୍ରୀ ଆହତ
- 9 months ago
ନରସିଂହପୁରରେ ମହା ଆଡ଼ମ୍ବରରେ ଚାଲିଛି ମାଆ ଗଜଲକ୍ଷ୍ମୀ ପୂଜା
- 1 year ago
ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଲା