ସରସ୍ବତୀ ଶିଶୁଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା



ପଟ୍ଟାମୁଣ୍ଡାଇ ତା ୨୭/୯-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମଧ୍ୟରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଆଚାର୍ଯ୍ୟ ଅଜିତ ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନନ୍ଦଉତ୍ସବର ମହତ୍ୱ ଓ ପ୍ରଭୁ ଶ୍ରୀକୃଷ୍ଣ ସଦାବେଳେ ସତ୍ୟ ଧର୍ମ ଓ ନ୍ୟାୟ ସପକ୍ଷରେ ଥିବାରୁ ମହାଭାରତ ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ ନେଇଥିଲା । ଆଜିର ଛାତ୍ରଛାତ୍ରୀମାନେ ସତ୍ୟ ଧର୍ମ ନ୍ୟାୟ, ସପକ୍ଷରେ ରହି ସଦାଚାର, ସଂସାର ଆଦି ବିଭିନ୍ନ ସଦଗୁଣସମ୍ପନ୍ନ ହୋଇ ଜୀବନର ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେବା ଦେଇଥିଲେ । ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ସ୍ୱାଗତଭାଷଣ ଓ ବରିଷ୍ଠ ଶିକ୍ଷୟତ୍ରୀ ସୁଲୋଚନା ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରଭାକର ସାହୁ ଧନ୍ୟବାଦ ଦେଇଥିଲେ । ସଭା ଆରମ୍ଭରେ ପ୍ରଭୁ ଶ୍ରୀକୃଷ୍ଣ ଓ ନନ୍ଦ ରାଜାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସାଗରୀକା ଦାଶ,ସୂଚୀତ୍ରା ମହାନ୍ତି, ଜ୍ୟୋସ୍ନାରାଣୀ ପ୍ରଧାନ, ସୁଭାଷିନୀ ସାହୁ ରଶ୍ମିରେଖା ଦାଶ ସୁପ୍ରିୟା ପ୍ରଧାନ, ଡଲି ଦାସ,ପ୍ରମୁଖ ପରିଚାଳନା କରିଥିବାବେଳେ ରୀନା ନାୟକ, ତନିଷା ବିଶ୍ୱାଳ, ସୁଜ୍ଞାନୀ ପାଢ଼ୀ, ସଂଗୀତା ପ୍ରଧାନ, କ୍ରିଷ୍ଣାରାଣୀ ଦାସ, ରଶ୍ମିତା ବେହେରା, ଅର୍ପିତା ଦାସ, ସାଗରୀକା ତ୍ରିପାଠୀ, ବର୍ଷାରାଣୀ ମହାନ୍ତି ବିଭୁ ପ୍ରସାଦ ଦାସ, ପ୍ରଭାସ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading