କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚଙ୍କ ଦିର୍ଘଦିନ ହେବ ଦେହାନ୍ତ ପରେ ମଧ୍ୟ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବୁଦ୍ଧିଜିବୀ ପାରେଶ୍ୱର ସେଠୀ ପଂଚାୟତବାସୀ ଦସ୍ତଖତ ସହିତ ଏକ ଚିଠି ଲେଖି ଗତ ଜୁଲାଇ ମାସ ୨୯ରେ ରାଜ୍ୟ ନିର୍ବାଚନ କମିଶନର ଓ ପଂଚାୟତ ରାଜ ପାନୀୟଜଳ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିସନର ମେମୋ ନଂ ୧୯୮୫ ଚଳିତ ମାସ ୭ରେ ଯୁଗ୍ନ ସଚିବ ଓଏଏସ (ଏସ) ଡ. ଏସ କେ ଦାଶ କେନ୍ଦ୍ରାପଡା ଉପ ଜିଲ୍ଲାପାଳଙ୍କୁ ଚିଠି କରି ଗ୍ରାମ ପଂଚାୟତ ନିର୍ବାଚନ ନିୟମ ୮୫ (୧) ଅନୁଯାୟୀ ଜରୁରୀ ସ୍ଥିତିରେ ଖୁବ୍ ଶିଘ୍ର ଆବଶ୍ୟକୀୟ ପଦେକ୍ଷପ ନେବାକୁ ନିର୍ଦ୍ଧେଶ ଦେଇଥିଲେ । ତତ ସହିତ ଏକ କପି ମେମୋ ନଂ ୧୯୮୬ କେନ୍ଦ୍ରାପଡା ଜିଲ୍ଲାପଳଙ୍କୁ ଓ ଏକ କପି ମେମୋ ନଂ ୧୯୮୭ରେ ବୁଦ୍ଧିଜିବୀ ପାରେଶ୍ୱର ସେଠୀଙ୍କୁ ପ୍ରେରଣ କରିଥିଲେ । ମାତ୍ର ଦିର୍ଘ ଦିନ ବିତି ଯାଇଥିଲେ ସୁଧା କୌଣସି ପଦେକ୍ଷପ ନିଆ ନଜିବାରୁ ବୁଦ୍ଧିଜିବୀ ସେଠୀ ଗତ ୨୨ତାରିଖରେ ପୁନର୍ବାର କେନ୍ଦ୍ରାପଡା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୁଦ୍ଧିଜିବୀ ସେଠୀ କହିବା ମୁତାବକ ଗତ ଅକ୍ଟୋବର ୨୦୨୩ ରେ ବଡପଡା ସରପଂଚ ସ୍ୱଦାମୀନି ସେଠୀଙ୍କର ଦେହାନ୍ତ ହୋଇଥିଲା । ସରପଂଚଙ୍କ ଦେହାନ୍ତ ପରେ ପଂଚାୟତର ଦାୟିତ୍ୱ ନାୟବ ସରପଂଚ ସୋମନାଥ ଦାଶଙ୍କ ଅଧୀନରେ ଚାଲିଛି । ସେ ଲୋକମାନଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇନଥିବାରୁ ସେ ପଂଚାୟତ ଲୋକଙ୍କ ପ୍ରତି କୌଣସି ଉତରଦାୟିତ୍ୱ ନେଉନାହାଁନ୍ତି ।ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଂଚାୟତରେ ଉପ ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦ୍ଧେଶନାମା ଚିଠି ନଂ-୧୪୩ ଗତ ଜାନୁଆରି ୧୦ ରେ ପଂଚାୟତ ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଇଥଲେ ସୁଦ୍ଧା ଏପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ଫଳରେ ପଂଚାୟତର ଜନସାଧାରଣ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ । କମିସନର ଜନସାଧାରଣଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ପଂଚାୟତରେ ତୁରନ୍ତ ସରପଂଚ ପଦବି ପୂରଣ ପାଇଁ ଉପନିର୍ବାଚନ କରାଇବାକୁ ଚଳିତମାସ ୭ରେ ନିର୍ଦ୍ଧେଶନାମା ଜାରି କରିଥିବା ବେଳେ ତାହା କାର୍ଯ୍ୟକାରି ହୋଇନାହିଁ । ଏଥିନେଇ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସହିତ ବୁଦ୍ଧିଜିବୀ ସେଠୀ କେନ୍ଦ୍ରାପଡା ଉପଜିଲାପାଳଙ୍କୁ ଭେଟି ବଡପଡା ପଂଚାୟତରେ ଉପନିର୍ବାଚନ କରାଇବାକୁ ନିବେଦନ କରିଛନ୍ତି ।
kanikanews.in
Next Post
ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଫେବର ଦବି ଯାତାୟତରେ ବାଧା ,ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ବର୍ଷାଜଳ ସୁଅ ଛୁଟୁଛି
Wed Aug 28 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ରାସ୍ତା ଓ କଲେଜ ରାସ୍ତାରେ ଦିନ ଦିନ ଧରି ବର୍ଷା ପାଣି ଜମି ରହି ଦୁର୍ଗନ୍ଧ ହେବା ସହିତ ଯାତାୟାତରେ ବାଧା ସୃଷ୍ଟି କରୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲକୁ ଯିବା ଆସିବା […]
