କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ ସଭାପତିତ୍ୱ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସର୍ବପ୍ରଥମେ ସ୍କୁଲର ଜାତୀୟ ସ୍ତରର […]

କେନ୍ଦ୍ରାପଡ଼ା,୨୯ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ତମାଳଶାସନସ୍ଥିତ ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ନବାଗତ ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାକୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାମନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପରେଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଗ୍ରହଣ […]

କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକରେ ଫର୍ଜରୀ ବିଲ୍ କରାଯାଇ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ରାଜକନିକା ବ୍ଲକର ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତର ଦୁଇଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ […]

କେନ୍ଦ୍ରାପଡ଼ା,୨୯ା୮: ଟିପିସିଓଡିଏଲ୍‌ର ବିଫଳତା ପାଇଁ ୨୨ଘଣ୍ଟା ବିଦ୍ୟୁତ୍ ସରବରାହ ବିଛିନ୍ନ ରହିିଲା । ପାଣି ପମ୍ପହାଉସ୍ ଜେନେରେଟର ଅଚଳ ଥିବାରୁ କେନ୍ଦ୍ରାପଡା ସହରବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେଲେ । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ ନା ପାଣି ଯୋଗାଇ ଦେଲେ ନା ଟ୍ୟାଙ୍କରରେ ପିଇବା ପାଣି ଦେଲେ । ଏ ନେଇ ସହରରେ ଜନ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଭୟରେ ଲୁଚିଛନ୍ତି । ଠିକ ସେହିପରି […]

କେନ୍ଦ୍ରାପଡ଼ା,୨୯/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ ଗଳି ଗଳିରେ ପଚା ପାଣି ଜମିରହିଛି । ସେହି ପାଣିରୁ ଜନ୍ମ ନେଉଛନ୍ତି ମଶା ଆଉ ମାଛି । ଯାହାଦ୍ୱାରା ବହୁଲୋକ ଝାଡା ବାନ୍ତିର ଶିକାର ମଧ୍ୟ ହେଉଛନ୍ତି । ଡ୍ରେନେଜ ଏବଂ ଗ୍ରାମରେ ନିଜସ୍ୱ ସ୍ମଶାନ ପାଇଁ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସମ୍ପୂର୍ଣ ଭାବେ […]

କେନ୍ଦ୍ରାପଡା,ତା.୨୯.୦୮- ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖରେ ପାଳିତ ହୁଏ ଜାତୀୟ କ୍ରୀଡ଼ା ଦିବସ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ଆନୁକୁଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୪ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇ ହକି […]

କେନ୍ଦ୍ରାପଡ଼ା, ୨୯ା୮: ସ୍ୱାୟତ ଶାସନ ଦିବସଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କମଧ୍ୟରେକେନ୍ଦ୍ରାପଡ଼ା ଟାଉନ ହଲଠାରେ ଗତ ୨୬ ତାରିଖରୁ୨୮ତାରିଖ ପର୍ଯ୍ୟନ୍ତବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ବିଭାଗରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁଙ୍କ ଉପସ୍ଥିତି ଓ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗୀତା ସମ୍ପର୍ଣ୍ଣ ହୋଇଯାଇଛି । […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ ମଣ୍ଡଳୀ ନିଜର ସତା ହରାଇ ବସିଲା । ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ବହୁ ଗୌରବରେ ଗୌରବାନ୍ୱିତ ପଟ୍ଟାମୁଣ୍ଡାଇର ସ୍ୱାର୍ଥ ସମ୍ମାନ ଓ ସ୍ୱାଭିମାନର ପୁନଃ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମବାଳା ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ ଯୋଗ ଦେଇ ହକିର ଯାଦୁଗର ତଥା ଭାରତର କିମ୍ବଦନ୍ତୀ ହକି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଂଚାୟତ ବାସୁଦେବପୁର ଗ୍ରାମର ବିଜୟ ମିଲକ ଚାଷ କାମ କରୁଥିବା ବେଳେ ଗତ ୧୮ ଦିନ ଆକସ୍ମିକ ଭାବେ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହାତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିଲେ । ମୃତ ବିଜୟଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ତେବେ  ଖବର ପାଇ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଙ୍ଗଠନ […]