କ୍ରୀଡା ଦିବସ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ : ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମବାଳା ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ ଯୋଗ ଦେଇ ହକିର ଯାଦୁଗର ତଥା ଭାରତର କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଏବଂ ଦେଶ ପ୍ରତି ଅବଦାନକୁ ମନେ ପକାଇବା ପାଇଁ ଅଗଷ୍ଟ ମାସ ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ଭାବେ ପାଳିତ ହୋଉଛି ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଦାସ ଓ ପରିଚାଳନା କମିଟିର ସଭାପତି ବାସୁଦେବ ସେଠୀ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ କେବଳ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ ବୋଲି ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ଉତ୍ସାହିତ କରି କହିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଜୟ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି ସଭାରେ ସହକାରୀ ଶିକ୍ଷୟତ୍ରୀ ପୂଜା ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ମମତା ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷୟତ୍ରୀଶିକ୍ଷକ ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଶ୍ରୀ ପ୍ରଜ୍ଞା ମହାଳି ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ : ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ , ରାଜସ୍ୱ ମନ୍ତ୍ରୀ

Thu Aug 29 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ ମଣ୍ଡଳୀ ନିଜର ସତା ହରାଇ ବସିଲା । ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ବହୁ ଗୌରବରେ ଗୌରବାନ୍ୱିତ ପଟ୍ଟାମୁଣ୍ଡାଇର ସ୍ୱାର୍ଥ ସମ୍ମାନ ଓ ସ୍ୱାଭିମାନର ପୁନଃ […]