କେନ୍ଦ୍ରାପଡ଼ା,୨୯/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ ଗଳି ଗଳିରେ ପଚା ପାଣି ଜମିରହିଛି । ସେହି ପାଣିରୁ ଜନ୍ମ ନେଉଛନ୍ତି ମଶା ଆଉ ମାଛି । ଯାହାଦ୍ୱାରା ବହୁଲୋକ ଝାଡା ବାନ୍ତିର ଶିକାର ମଧ୍ୟ ହେଉଛନ୍ତି । ଡ୍ରେନେଜ ଏବଂ ଗ୍ରାମରେ ନିଜସ୍ୱ ସ୍ମଶାନ ପାଇଁ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସମ୍ପୂର୍ଣ ଭାବେ ବିଫଳ ହୋଇଛି । ନା ହୋଇପାରିଲା ଡ୍ରେନେଜ ବ୍ୟବସ୍ତା ନା ନିଜସ୍ୱ ସ୍ମଶାନ । ଅସରାଏ ବର୍ଷା ହେଉହେଉ ଗ୍ରାମରେ ଭରିଯାଉଛି ଆଣ୍ଠୁଏ ଆଣ୍ଠୁଏ ପାଣି । କିନ୍ତୁ ବିଗତ ଦିନରେ ଗୁଲନଗର ପଞ୍ଚାୟତ ସ୍ୱଚ୍ଛ ପରିମଳ ପଞ୍ଚାୟତ ଭାବେ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । କିନ୍ତୁ ଏଠି ସମ୍ପୂର୍ଣ ଭାବେ ଓଲଟା । କାରଣ ଯଦି ଗାଁକୁ କିଏ ପଶିଆସେ ତେବେ ସିଏ କେବେ କହିବନି ଇଏ ସେହି ଗୁଲନଗର ପଞ୍ଚାୟତ ଯିଏ ରାଷ୍ଟ୍ରପତି ପୁରସ୍କାର ପାଇଥିଲା ସ୍ୱଛତା ପାଇଁ ଓ ବର୍ଷକ ସାରା ରାସ୍ତା ଉପରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ନିଷ୍କାସନ ପାଇଁ ନାହିଁ ଡ୍ରେନେଜ ବ୍ୟବସ୍ଥା । ଖାଲି କଥା କହିଲେ ବାବୁମାନଙ୍କର ରାଗ ପସିଯାଉଛି ଓ ପଞ୍ଚାୟତରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଦ୍ୱାରମୁହଁରେ ପଚା ପାଣି ଜମି ରହୁଛି ତ କାହା ଘରେ ଅସରାଏ ବର୍ଷା ହେଲେ ପାଣି ପସିଯାଉଛି । ଏହିଭଳି ସ୍ଥିତିରେ ରହିଛି ଗୁଲନଗର ପଞ୍ଚାୟତ ଅବସ୍ଥା ଓ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ରାସ୍ତା ଯେଉଁଭଳିଆ ସେହିଭଳିଆ ରହିଛି । ଖାଲି ସେତିକି ନୁହେଁ ଲୋକେ ପିଇବା ପାଣି ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ବିଭିନ୍ନ ସ୍ଥାନମାନଙ୍କରେ ପାଣି ପାଇପ ଫାଟିଯିବା କାରଣରୁ ଦୁଇ ତିନିଦିନ ପର୍ଯ୍ୟନ୍ତ ଲୋକେ ପିଇବା ପାଣି ପାଇଁ ନାକେଦମ ହେଉଛନ୍ତି ଓ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗ ଜେ.ଇ ଏବଂ ଠିକାଦାରଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ପାଇଁ ଏହିଭଳି ଅସୁବିଧା ଗୁଲନଗର ପଞ୍ଚାୟତରେ ଉପୁଜୁଛି । ଗୁଲନଗର ପଞ୍ଚାୟତରେ ୧୨ଟି ୱାର୍ଡ ଥିବାବେଳେ ୬ଟି ରାଜସ୍ୱ ଗ୍ରାମ ରହିଛି ଯେଉଁଥିରେ ନିଜସ୍ୱ ସ୍ମଶାନ କହିଲେ ଗୋଟିଏ ବି ନାହିଁ । ଗୁଲନଗର ଲୋକେ ପୌରପାଳିକା ଅନ୍ତର୍ଗତ କଜଳା ସ୍ମଶାନ ଯାଉଥିବାବେଳେ ଖଇରବାଦ ଓ ସୁଜାନଗର ଲୋକେ କପାଳେଶ୍ୱରସ୍ଥିତ କଇଁଥା ମୂଳ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଗୁଲନଗର ଗ୍ରାମ ପଞ୍ଚାୟତ ସହର ଉପକଣ୍ଠରେ ଥିବାବେଳେ ତାହାର ଚିତ୍ର ଏହିପରି ଭାବରେ ରହିଛି । ଖାଲି ଦେଖିବା ବାକି ରହିଲା ନ୍ୟୁଜକୁ ଦେଖିଲାପରେ ପଞ୍ଚାୟତ ଅବସ୍ଥା ସୁଧୁରୁଛି କି ଅସଜଡ଼ା ରହୁଛି ତାହା ରହିଲା ଅପେକ୍ଷାରେ ।
kanikanews.in
Next Post
କେନ୍ଦ୍ରାପଡାରେ ୨୨ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ : ଜନସ୍ୱାସ୍ଥ୍ୟ ବିଭାଗ ବିଫଳ, ପମ୍ପ ହାଉସ୍ ଜେନେରେଟର ଅଚଳ , ପାନୀୟ ଜଳ ବିନା ସହର ଓ ସହରତଳି ଅଞ୍ଚଳବାସୀ ହନ୍ତସନ୍ତ
Thu Aug 29 , 2024
କେନ୍ଦ୍ରାପଡ଼ା,୨୯ା୮: ଟିପିସିଓଡିଏଲ୍ର ବିଫଳତା ପାଇଁ ୨୨ଘଣ୍ଟା ବିଦ୍ୟୁତ୍ ସରବରାହ ବିଛିନ୍ନ ରହିିଲା । ପାଣି ପମ୍ପହାଉସ୍ ଜେନେରେଟର ଅଚଳ ଥିବାରୁ କେନ୍ଦ୍ରାପଡା ସହରବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେଲେ । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ ନା ପାଣି ଯୋଗାଇ ଦେଲେ ନା ଟ୍ୟାଙ୍କରରେ ପିଇବା ପାଣି ଦେଲେ । ଏ ନେଇ ସହରରେ ଜନ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଭୟରେ ଲୁଚିଛନ୍ତି । ଠିକ ସେହିପରି […]

You May Like
- 12 months ago
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା ଶାଖା ପକ୍ଷରୁ ସତ୍ୟାଗ୍ରହ