ଅଷ୍ଟ୍ରେଲିଆରେ କେନ୍ଦ୍ରାପଡ଼ାର ପୁଅ ସମ୍ମାନିତ


କେନ୍ଦ୍ରାପଡ଼ା,୧ା୯: ଅଷ୍ଟ୍ରେଲିଆ ଓ ଭାରତର ସମ୍ପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ପୁଅ। ଗରଦପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ୟ ସଂସଦରେ ସମ୍ମାନିତ କରାଯାଇଛି। ସେ ହେଉଛନ୍ତି ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର। ପ୍ରଫେସର ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସଂପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦୀର୍ଘ ୪ ବର୍ଷ ଧରି ‘ଅଷ୍ଟ୍ରେଲିଆ ଅସଇଣ୍ଡ ବ୍ରିଜ’ ଅନୁଷ୍ଠାନକୁ ପ୍ରତିଷ୍ଠା କରି ଦୃଢ଼ ନେତୃତ୍ୱ ବଳରେ ଭାରତ ଓ ଅଷ୍ଟ୍ରେଲିଆର ଯୁବ ସମାଜକୁ ସଂଯୋଗ କରାଇବାରେ ସମର୍ଥ ହୋଇଛନ୍ତି। ପ୍ରଫେସର ଦାଶଙ୍କୁ ସମ୍ମାନିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇଥିଲା। ସଂସଦ ପରିସରରେ ସାଂସଦ ଇୱାନ ୱାଲର୍ଟରସ ପ୍ରଫେସର ଦାଶଙ୍କୁ ସମ୍ମାନିତ କରିବା ସହ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଶ୍ରୀ ଦାଶଙ୍କ ଅବଦାନ ଉଭୟ ଦେଶର ଯୁବ ସମାଜ ପାଇଁ ଅନୁକରଣୀୟ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଅଷ୍ଟ୍ରେଲିଆର ବିଦେଶ ନୀତିକୁ ସୁଦୃଢ଼ କରିବା ପାଇଁ ଏସିଆ ମହାଦେଶ ଓ ଭାରତୀୟ ଉପ ମହାଦେଶ ସହିତ କିଭଳି ସମ୍ପର୍କକୁ ସୁଦୃଢ଼ କରାଯିବ ସେ ନେଇ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ପ୍ରଫେସର ଦାଶ ଅଷ୍ଟ୍ରେଲିଆର ମୋନାସ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛନ୍ତି। ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ପାଇଁ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଛନ୍ତି। ପ୍ରଫେସର ଦାଶଙ୍କୁ ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ କରାଯାଇଥିବା ସମ୍ପର୍କରେ ଜଣାପଡିବା ପରେ ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ଭୂୟସୀ ପ୍ରଶଂସା କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading