ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି , ଧାରଣା ସ୍ଥଗିତ


କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକ ଅନ୍ତର୍ଗତ ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଘଟଣାରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଦେଇଥିବା ଦିବାରାତ୍ର ଧାରଣାର ଷଷ୍ଠ ଦିବସ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଠାରୁ ପ୍ରତିଶୃତି ମିଳିବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ପରିଷଦର ସହକାରୀ ପ୍ରକଳ୍ପ ନିର୍ଦେଶକ ଦୟାସିନ୍ଧୁ ପରିଡା ଧାରଣା ସ୍ଥଳରେ ପହଚି ଆସନ୍ତା ୭ଦିନ ମଧ୍ୟରେ ଧାରଣାକାରୀ ଆଚାର୍ଯ୍ୟଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣାକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଅଭିଯୋଗ ଥିଲା ଯେ ରାଜକନିକା ବ୍ଲକର ସିକୋ ଏବଂ କାଟଣାବଣିଆ ଗ୍ରାମପଂଚାୟତର ଦୁଇଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ ଦାସଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ଦୁଇଟିର କାର୍ଯ୍ୟାନ୍ୱୟନ ପରେ ପ୍ରଦାନ କରାଯାଇଥିବା ଜିଏସ୍‌ଟି ବିଲ୍ ହାତରେ ଲେଖା ହୋଇଥିବା ବେଳେ ସେହି ବିଲ୍‌ରେ ଲେଖାଥିବା ଠିକଣାରେ ସେଭଳି କୋଣସି ଦୋକାନ ନଥିବା ଆଚାର୍ଯ୍ୟ ଅଭିଯୋଗ କରିଥିଲେ । ଫଳରେ ଏହି ପ୍ରକଳ୍ପ ଦ୍ୱୟର ମିଥ୍ୟା ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥଲା । ଏହାବ୍ୟତୀତ ଦୁଇଟିଯାକ ପ୍ରକଳ୍ପରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିଲା ବୋଲି ଆଚାର୍ଯ୍ୟ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ଆଠମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଦେଇଥିବା କହିଥିଲେ। ଆଚାର୍ଯ୍ୟଙ୍କୁ ସମର୍ଥନ ଜଣାଇ ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି, ଉତ୍କଳ କେଶରୀ ପାହାଡସିଂ, ଗୈାତ୍ତମ ସାହୁ, ଅମରବର ବିଶ୍ୱାଳ, ମାନସ ଆଚାର୍ଯ୍ୟ, ସୁମନ୍ତ ସେଠୀ, ନଗେନ୍ଦ୍ର ଜେନା ପ୍ରମୁଖ ଧାରଣାରେ ସାମିଲ୍ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading