ମୁଣ୍ଡ ଉପରେ ଡହଡହ ନିଆଁ ଜାଳି, ମା’ଙ୍କୁ ଝୁଣାର ଧୂଆଁ ଅର୍ପଣ କରନ୍ତି ମାନସିକଧାରୀ ଭକ୍ତ


ଦୁର୍ଗା ପୂଜାରେ ନିଆରା ପରମ୍ପରା ,

ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ ତଳେ ଅଜାଡି ଦେଇ ନିଜକୁ ସମର୍ପଣ କରିଦିଏ । ଭକ୍ତର ନିର୍ବିକାର ଭକ୍ତିରେ ପ୍ରଶନ୍ନ ହୁଅନ୍ତି ମା’ । ସନ୍ତାନର ମନବାଞ୍ଛା ପୁରଣ କରିବାକୁ ଧରାଧାମକୁ ଓହ୍ଲେଇ ଆସି ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଦୀପଧୂପ ଝୁଣା ସମେତ ମନ୍ତ୍ର ପାଠରେ ଫାଟି ପଡୁଛି ମଣ୍ଡପ ଏବଂ ଶକ୍ତି ପୀଠ । ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠି ଉତ୍ସବମୁଖର । ମାଙ୍କ ଷୋଡସ ଉପଚାର ପୂଜା ସହ ନବରାତ୍ରୀ ପୂଜା ହୋଇସାରିଛି । ରୀତିନୀତି ଅନୁଯାୟୀ ବୁଧବାର ଦେବୀ ଦୁର୍ଗାଙ୍କ ନବମୀ ପୂଜା କିନ୍ତୁ ସ୍ଥାନ ବିଶେଷରେ ଦେଖିବାକୁ ମିଳେ ନିଜସ୍ୱ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରା। ଏହି ଯେମିତି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରର ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀ ରେ ଅର୍ପଣ କରିଛନ୍ତି ଝୁଣା।
ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟାନାୟକ ଛକରୁ ଦକ୍ଷୀଣ ରେ ୩ ରୁ ୪ କିମି ଅତିକ୍ରମ କଲାପରେ ନିଳକଣ୍ଠପୁର ଗ୍ରାମ ପଡିବ । ସେଠାରେ ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ ହେବ ବଙ୍ଗାଳୀ ପରମ୍ପରା ଅନୁଯାଇ କରାଯାଇଥାଏ ମା ଜଗତଜନନୀଙ୍କ ପୂଜା । ଅସିଣ ଆସିଲେ ପୁରା ନିଳକଣ୍ଠପୁର ଗାଁଟି ହୋଇପଡେ ଉତ୍ସବ ମୁଖର । ମା’ ଦୁର୍ଗା ଦେବୀ ଧରା ପୃଷୄଠକୁ ଓହ୍ଲାଇବା ପାଇଁ ଏଠି ଅପେକ୍ଷାରେ ଥାନ୍ତି ଭକ୍ତଗଣ । ଗାଁର ଦୁଇଟି ମଣ୍ଡପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି କାରୀଗର । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ । ବ୍ରାହ୍ମଣ ମାନେ ମା’ଙ୍କର ପୂଜା କରିଥାନ୍ତି ।ମା’ଙ୍କ ପୂଜା ଆରାଧନା ପାଇଁ ସାରା ସାରା ଗାଁରେ ନିଆରା ସିହରଣ ଥାଏ । ମାତ୍ର ନବମୀରେ ଏଠାରେ ସ୍ୱତନ୍ତ୍ର ପୂଜା ପଦ୍ଧତି ଏବଂ ପରମ୍ପରାରେ ମା’ଙ୍କୁ ଝୁଣା ଅର୍ପନ କରାଯାଏ । ବିଶ୍ୱାସ ରହିଛି ଏହି ୯ମି ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡିଲେ ସାତ ଜନ୍ମର ପାପତାପ କ୍ଷୟ ହେବା ସହ ମନସ୍କାମନା ପୁରଣ ହୋଇଥାଏ । ସେଇଥି ପାଇଁତ ଆଜି ଭକ୍ତ ମାନେ ନିର୍ଜଳ ବ୍ରତ ରଖି ସଂଧ୍ୟାରେ ମା’ଙ୍କ ଛାମୁରେ ନିଜର ମନର ମାନସିକ ଜଣାଇ ଝୁଣା ପୋଡା ପୂଜା ପଦ୍ଧତି କରାଯାଇଛି ।
ଭକ୍ତ ମାନେ ମା’ଙ୍କୁ ଶ୍ରୀଛାମୁରେ ଓଦା କମ୍ବଳ ତଳେ ଘୋଡେଇ ହୋଇ ଯୋଡ ହସ୍ତରେ ବସିଥାନ୍ତି । ନିଜକୁ ମା’ର ଚରଣରେ ସମର୍ପିତ କରିଦେଇଥାନ୍ତି । ମା’ଙ୍କ ପୂଜା ମଣ୍ଡପରେ ମାଟି ପଲମରେ ଡହଡହ ଜଳୁଥିବା ନିଆଁକୁ ଭକ୍ତର ମୁଣ୍ଡ ଉପରେ ରଖିଦିଅନ୍ତି ପୂଜକ । ଜଳନ୍ତା ନିଆଁରେ ଚୁନା ଝୁଣାର ଛାଟ ମାରନ୍ତି । ଭକ୍ତ ମୁଣ୍ଡ ଉପରେ ନିଆଁରେ ହୁତହୁତ ହୋଇ ଜଳିଯାଏ ଝୁଣା । ଏହି ଝୁଣାର ଧୂଆଁ ମା’ ଗ୍ରହଣ କରନ୍ତି । ମା’ଙ୍କ ନିକଟରେ ଭକ୍ତି ଅର୍ଘ୍ୟ ସହିତ ଝୁଣାର ଅର୍ଘ୍ୟ ସମର୍ପଣ କରି ଆତ୍ମତୃପ୍ତି ପାଇଥାଏ ଭକ୍ତ । ଭକ୍ତର ଭକ୍ତିରେ ତୃପ୍ତ ମା’ ଭକ୍ତର ମନବାଞ୍ଛା ପୂରଣ କରିଦିଅନ୍ତି ବୋଲି ବିଶ୍ୱାସ ରହିଛି । ଅପୁତ୍ରିକକୁ ପୁତ୍ର ଦାନ କରନ୍ତି ମା’ , ଜଟିଳ ରୋଗରୁ ମୁକ୍ତି ଦିଅନ୍ତି । ଅସାଧ୍ୟ ସାଧାନ ହୁଏ । ବିଦ୍ୟା ଆଉ ଧନ ପ୍ରାପ୍ତି ହେବା ପାଇଁ ମାନସିକ ଧାରି ମାନଙ୍କ ସୁଅ ଛୁଟେ ଏହି ଦୁର୍ଗା ମା’ଙ୍କ ପୂଜା ମଣ୍ଡପ ନିକଟକୁ ବୋଲି ଗ୍ରାମାର ପୁରୁଖ ଲୋକେ କହିଛନ୍ତି ।


Next Post

ମେଲାଣି ନେଉଛନ୍ତି ମା'ଜଗତଜନନୀ

Fri Oct 3 , 2025
ପଟ୍ଟାମୁଣ୍ଡାଇ ତା ୩/୧୦- -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ଓ ଭସାଣି ଉତ୍ସବ ଲଘୁଚାପ ଜନିତ ଲଗାଣବର୍ଷା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା […]

KANIKA