କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରକୃତିପଲ୍ଲୀ ରାମନାହାକଡିଆକୁ ଏକ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ ସହାୟକ ହୋଇପାରିବ ବୋଲି ଧୋୟାଂଚଳ ବିକାଶ ମଂଚ ପକ୍ଷରୁ ଏକ ପ୍ରତିନିଧିଦଳ ବୁଧବାର ରାଜନଗର ଡ଼ିଏଫଓଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ମଂଚର ସମ୍ପାଦକ ରାଜ କୁମାର ବିଶ୍ୱାଳ, କାର୍ତିକ ରାଉତ, ପ୍ରେମାନନ୍ଦ ସୂତାର, […]
