ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ନିଆରା ଗୁରୁ ଦିବସ ପାଳିତ



କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତା ୫/୯-ନୈତିକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଗୁରୁକୁଳ ପରମ୍ପରାରେ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ପରିସରରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସବୁ କ୍ଷେତ୍ରରେ ସଫଳତାର ପାହାଚ ଚଢି ଚାଲିଥିବାବେଳେ ଆଜି ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରି ଗୁରୁ -ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।ଏହି ଶିକ୍ଷାନୁଷ୍ଠାନର କୋମଳମତି ପିଲାମାନେ ସ୍କୁଲକୁ ପ୍ରବେଶ କରିବାମାତ୍ରେ ସହପାଠୀ ମାନେ ଚନ୍ଦନ ଓ ଅରୁଆ ଚାଉଳ ପକାଇ ସ୍ୱାଗତ କରିଥିଲେ । ଏଇ ଅବସରରେ ଏକ ଭବ୍ୟ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ସର୍ବପ୍ରଥମେ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫଟୋ ଚିତ୍ରରେ ଫୁଲ ଚନ୍ଦନ ଧୂପ ଦୀପ ପ୍ରଦାନ କରାଯାଇ ପୂଜାର୍ଚନା କରା ଯାଇଥିଲା । ସ୍କୁଲ ସମ୍ପାଦକ ଶିକ୍ଷା ବିତ ଅମ୍ବୁଜଭୁଷଣ ନାୟକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅଜିତ ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ସହକାରୀ ଆଚାର୍ଯ୍ୟା ସାଗରିକା ଦାଶ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ,ସୁଲୋଚନା ନନ୍ଦ,ମମତା ଗୁଇଁ,ସୁଚିତ୍ରା ମହାନ୍ତି, ଡଲି ଦାସ, ସୁଭାଷିନୀ ସାହୁ, ରଶ୍ମିରେଖା ଦାଶ, ସୁପ୍ରିୟା ପ୍ରଧାନ, ରିନା ନାୟକ, ତନିଶା ବିଶ୍ଵାଳ, ସୁଜ୍ଞାନି ପାଢ଼ୀ, ସଙ୍ଗୀତା ପ୍ରଧାନ, କ୍ରିଷ୍ଣାରାଣୀ ଦାସ, ରଶ୍ମିତା ବେହେରା, ଅର୍ପିତା ଦାସ, ସାଗରିକା ତ୍ରିପାଠୀ, ବର୍ଷାରାଣୀ ମହାନ୍ତି ପ୍ରମୁଖ ଭାଷଣ ଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ଓ ଗୁରୁ -ଶିଷ୍ୟ ମହାନ ପରମ୍ପରା ଉପରେ ଆଲୋକପାତ କରି ଗୁରୁଙ୍କୁ ଭକ୍ତି ଓ ସମ୍ମାନ କଲେ ଜୀବନ ସଫଳତା ପାଇପାରିବେ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧ମରୁ ୮ମ ଶ୍ରେଣୀର ୫୦୦ଛାତ୍ରଛାତ୍ରୀ ଜଣକ ପରେ ଜଣେ ଗୁରୁ ଓ ଗୁରୁ ମାଙ୍କ ପାଦ ଧୋଇ ଦେଇ ଫୁଲ ଚନ୍ଦନ ଓ ଅରୁଆ ଚାଉଳ ପକାଇ ପୂଜାର୍ଚନା କରିଥିଲେ । ଗୁରୁ ଓ ଗୁରୁ ମା ମାନେ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିଥିଲେ । ଏଇ ଅବସରରେ ଗୁରୁ ବନ୍ଦନା ଗାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଲୋଚନା ନନ୍ଦ ସାଗରୀକା ଦାଶ ଜ୍ୟୋସ୍ନାରାଣୀ ପ୍ରଧାନ ସୁଭାଷିନୀ ସାହୁ ରଶ୍ମିରେଖା ଦାଶ ସଂଗୀତା ପ୍ରଧାନ, ସୁଜ୍ଞାନୀ ପାଢ଼ୀ ପ୍ରମୁଖ ପରିଚାଳନା କରିଥିବା ବେଳେ ରୀନା ନାୟକ, କ୍ରିଷ୍ଣାରାଣୀ ଦାଶ, ତନିଷା ବିଶ୍ୱାଳ ଡଲି ଦାସ, ଅର୍ପିତା ଦାସ ବର୍ଷାରାଣୀ ମହାନ୍ତି, ସାଗରୀକା ତ୍ରିପାଠୀ, ରଶ୍ମିତା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading