ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ୬/୯ -ରାଜ୍ୟ ସରକାରଙ୍କ ନିର୍ଦେଶରେ ବାଣିଜ୍ୟକର ବିଭାଗ ପକ୍ଷରୁ ଏକ ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଟକ ୨ ସହକାରୀ କମିଶନର ମୁକ୍ତି ରଞ୍ଜନ ଆଚାର୍ଯ୍ୟ, କଟକ -୨ ସର୍କଲ ଯୁଗ୍ମକମିଶନର ରମେଶ ମଣ୍ଡଳ, ଜଗତସିଂହପୁର ଯୁଗ୍ମ କମିଶନର ଅକ୍ଷୟ ପଣ୍ଡା, କେନ୍ଦ୍ରାପଡ଼ା ଡେପୁଟି କମିଶନର ଅମରେନ୍ଦ୍ର ମହାଳିକ, ଟ୍ୟାକ୍ସ ବାର ଆସୋସିଏସନ ପ୍ରେସିଡେଂଟ ପରେଶ ଦାସ ଓ ଉପଦେଷ୍ଟା ଆଡ଼ଭୋକେଟ ଦୁର୍ଯ୍ୟୋଧନ ରଥ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜି ଏସ ଟି ଲାଗିବା ଓ ଏହାର ସରଳିକରଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ କୁମାର ଭୂୟାଁ ପ୍ରମୁଖ ବହୁ କର୍ମର୍କର୍ତା ଓ ବ୍ୟବସାୟୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading