ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଅଂଚଳିକ ପରିବେଶ ସଚେତନ ପରିଷଦ ପକ୍ଷରୁ ତାଳ ମଞ୍ଜି ରୋପଣ


କେନ୍ଦ୍ରାପଡ଼ା, ୮ା୯: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଦେପୁର ଆଂଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୁଲ୍ୟରେ ତାଳ ମଞ୍ଜି ରୋପଣ କରାଯାଇଛି। ଦେପୁର ସରସ୍ୱତୀ ଉଚ୍ଚବିଦ୍ୟାଳୟ ଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ତାଳମଞ୍ଜି ରୋପଣ କରାଯାଇଛି। ସାରଙ୍ଗ ଶ୍ରୀବଳଦେବଜୀଉ ଗୌଡିୟ ମଠାଧିଶ ମହନ୍ତ ନରହରି ମହାରାଜ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି, ସହ ସଂଗଠକ ପଣ୍ଡିତ ତପନ ଦାସ ଏହି ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାଳମଞ୍ଜି ରୋପଣ ନିହାତି ଅପରିହାର୍ଯ୍ୟ ବୋଲି ମହନ୍ତ ନରହରି ମହାରାଜ ପ୍ରକାଶ କରିଥିଲେ। ଆଂଚଳିକ ପରିବେଶ ସଚେତନର ଅଧ୍ୟକ୍ଷ ଡ. ଉପେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇ ପରିବେଶ ସୁସ୍ଥ ରଖିବାକୁ ହେଲେ ବୃକ୍ଷରୋପଣର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ପଣ୍ଡିତ ସଭାର ସଭ୍ୟ ତଥା ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ କାହ୍ନୁଚରଣ ତ୍ରିପାଠୀ, ପଣ୍ଡିତ ଅବଧୁତ ରାଉତ ପ୍ରମୁଖଙ୍କ ସହ ଧନେଶ୍ୱର ତ୍ରିପାଠୀ, ହୃଶିକେଷ ନାୟକ, ଧନେଶ୍ୱର ମହାରଣା, ନିହାର ରଞ୍ଜନ ପତି, ରାମଚନ୍ଦ୍ର ରାଉତ, ପ୍ରେମାନନ୍ଦ ପ୍ରଧାନ, ମଦନ ମୋହନ ନାୟକ, ବଳରାମ ପତି, ମକର ନାୟକ, ପ୍ରଫୁଲ କୁମାର ପତି, ୱାଡ ସଭ୍ୟ ବାବୁ ରାଉତ, କମଳେସ ପତି, ରଞ୍ଜନ କୁମାର ପତି, ବବଲୁ ଏବଂ ପ୍ରାଣକୃଷ୍ଣ ପତି ପ୍ରମୁଖଙ୍କ ସହ ଆଂଚଳିକ ପରିଷଦର ବହୁ ସଦସ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଳମଞ୍ଜି ସହିତ ଅଶ୍ୱତଥ୍‌, ନିମ୍ବ, କଦମ୍ବ ଓ ନଡିଆ ଗଛ ଆଦି ରୋପଣ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading