କଲେକ୍ଟରେଟର ବଡବାବୁ କିଶୋର କରଙ୍କ ପରଲୋକ


କେନ୍ଦ୍ରାପଡ଼ା,୧୨ା୯:କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ବଡବାବୁ କିଶୋର ଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ସେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ରାଜସ୍ୱ ବିଭାଗର ଜଣେ ଦକ୍ଷ କର୍ମଚାରୀ ଭାବରେ ନିଷ୍ଠାର ସହ ଦାୟିତ୍ୱ ତୁଲାଉ ଥିଲେ । ସ୍ୱର୍ଗତ କର ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ସଂଘର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ତାଙ୍କ ପରଲେକ ର ଖବର ପାଇ ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଁଚି ତାଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତ କର ଜଣେ ମିଷ୍ଟଭାସୀ, ନମ୍ର ବ୍ୟକ୍ତି ଥିବାରୁ ଚାନ୍ଦୋଳ, ଦାନପୁର ଅଂଚଳ ସହ କେନ୍ଦ୍ରାପଡାରେ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲେ ।ସ୍ୱର୍ଗତ କର ଜିଲାର ବହୁ ଦୁଃଖି ଦରିଦ୍ର ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ସେ ତାଙ୍କ ପେନସନ ଅର୍ଥର କିଛି ଅଂଶ ଦୁଃଖି ଦରିଦ୍ରଙ୍କ ସେବାରେ ଲଗାଇ ଦେଉଥିଲେ। ଏଥିପାଇଁ ଜିଲାର ବହୁ ମାନ୍ୟଗଣ୍ୟ ତାଙ୍କୁ ଖୁବ ଭଲ ପାଉଥିଲେ।


Next Post

ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ପରିପୁରକ, ବରିଷ୍ଠ ନାଗରିକ ମଂଚର ଚାରାରୋପଣ କାର୍ଯ୍ୟକ୍ରମ

Fri Sep 13 , 2024
କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇ ୧୩/୯ -ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ୱ ଦେଉଛନ୍ତି। ଏମିତି ପରିସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ନାଗରିକ ମଂଚ […]

KANIKA