ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା



ପଟ୍ଟାମୁଣ୍ଡାଇ ତା ୨୩/୧୧- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଚିତ୍ରାଙ୍କନପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିI ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାରେ ବିଚାରପତି ବିଦ୍ୟୁତଲତା ପ୍ରଧାନ, ଅତିରିକ୍ତ ସିଭିଲିଜଜ ଡି. କେ. ବାଳକୃଷ୍ଣନ ଯୋଗ ଦେଇ ଚିତ୍ରାଙ୍କନ ପ୍ରତିଯୋଗିତା ପିଲା ମାନଙ୍କର କଳା ପ୍ରତିଭା ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପ ସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଡ଼ଭୋକେଟ ଧୀରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେଇଥିଲେ । ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ୮ମ ରୁ ୧୦ମ ଶ୍ରେଣୀର ୧୩୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ପାର୍ଟିପେସନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ଆଡ଼ଭୋକେଟ ହୃଦାନନ୍ଦ ମହାନ୍ତି,ରିଟେନର ଗୀତାଞ୍ଜଳି ପୃଷ୍ଟି, ବିଜୟ କୁମାର ରାଉତ, ଅମରେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ସେଠୀ ବିକ୍ରମସାମଲ, ରାଜେନ୍ଦ୍ର ମୁର୍ମୁ, ଦୀପକ ସାମଲ, ମାନସ ସାମନ୍ତରାୟ, ବିଜୟ ସିଂହ,ବାମନ ମହାନ୍ତି, ଚନ୍ଦ୍ରଶେଖର ଲେଙ୍କା, ବକୁଳ ନାୟକ, ସଞ୍ଜୟ ଧଳ, ବିଶ୍ୱଜିତ ସାହାଣୀ, ମୋହନଦାସ, ଅପର୍ଣ୍ଣା ସାମଲ, ଗଣେଶ ତ୍ରିପାଠୀ, ଦେବାଶିଷ ମିଶ୍ର, ବିକ୍ରମ ସ୍ୱାଇଁ, ଅରବିନ୍ଦ ରାଉତରାୟ, ଅମରେନ୍ଦ୍ର ପଣ୍ଡା, ସୁଧାଂଶୁ ଲେଙ୍କା ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ ।


Next Post

ଉପଦେଷ୍ଟା ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ

Mon Nov 24 , 2025
କେନ୍ଦ୍ରାପଡା,୨୩ା୧୧: କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ ରବିବାର ସ୍ଥାନୀୟ ବିନାୟକ ପ୍ୟାଲେସଠାରେ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ସମ୍ପନ୍ନ ଭିତ୍ତିକ ଠିକାଦାର ମାନେ ଯୋଗଦେଇଏହି ମହାସଂଘ ର କାର୍ଯ୍ୟପନ୍ଥା ପନ୍ଥା ଓ ଏହାର ଆଭିମୁଖ୍ୟ ଠିକାଦାର ମାନଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗନେଇ ନିଜନିଜର ମତ ରଖୁଥିଲେ। ପ୍ରାଥମିକ ସ୍ତରରେ ମହାସଂଘର ଏକ ଅସ୍ଥାୟୀ ଆଡଭାଇଜର କମିଟି ଗଠନର କରା ଯାଇଥିଲା। […]

KANIKA