୨୧ରେ ‘ଓଡ଼ିଶା ଜର୍ନାଲିଜିମ୍‌‌ ଆୱାର୍ଡ’: ଜାଣନ୍ତୁ କାହାକୁ ମିଳିବ ପୁରସ୍କାର


 

ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଏନ୍‌ଡି ଟିଭିର ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀର ସାମ୍ବାଦିକ ମଧୁସୂଦନ ମିଶ୍ର, କ୍ରୀଡା ସାମ୍ବାଦିକ ସମ୍ବିତ୍‌ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦନ, ନ୍ୟୁଜ୍‌ ୧୮ର ସମ୍ପାଦକ ନରେନ୍ଦ୍ରନାଥ ଜେନା, ନବ ପ୍ରତିଭା ଶ୍ରେଣୀରେ ଅର୍ଗସ ନ୍ୟୁଜ୍‌ ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ ପ୍ରଦାନ କରାଯିବ। ସେହିପରି ନ୍ୟୁଜ୍‌ ୭ର ଉଦ୍‌ଘୋଷିକା ଇତିଶ୍ରୀ ନାୟକଙ୍କୁ ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ପ୍ରଦାନ କରାଯିବ।


Next Post

ସି.ପି.ଆଇ. ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଜନ ସମସ୍ୟାର ସମାଧାନ ପାଇଁ ଦାବି

Fri Sep 13 , 2024
କେନ୍ଦ୍ରାପଡ଼ା, ୧୩ା୯: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଜନସାଧାରଣଙ୍କ ଜୀବନ ଜୀବିକାର ସମସ୍ୟା ସମାଧାନ ହେବା ପରିବର୍ତ୍ତେ କ୍ରମେ ସଙ୍ଗୀନ ଆକାର ଧାରଣ କରୁଛି । ନୂଆ ସରକାର ଗାଦୀସୀନ ହେବାପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଲଗାମ ହୀନ ଭାବେ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ଅସହାୟତା ପ୍ରଦର୍ଶନ ଜନତାଙ୍କୁ ହତାଶ ଚକିତ କରିଛି । ଅପାରଗ ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ଏ […]

KANIKA