ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ୧୯୭୭ର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ



କେନ୍ଦ୍ରାପଡା ୨୨/୧୧- ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ୧୯୭୭ ମସିହା ଇତିହାସ ବିଭାଗ ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା କୋରଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ. ବିନୋଦିନୀ ଦାସଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ରାପଡା ସ୍‌ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର କରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସଂପାଦକ ଡ. ସୁଶାନ୍ତ କମାର ପାତ୍ର ସଂଘର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ ଡ. ଅମୀୟ କୁମାର ମହାନ୍ତି, କେନ୍ଦ୍ରାପଡାର ଐତିହାସିକ ପ୍ରାଚୀନ କୀର୍ତ୍ତିରାଜି, ଗର୍ବ ଓ ଗୌରବ ଶ୍ରୀ ବଳଦେବଜୀୟୁ ମନ୍ଦିର ଟିଲାଲି ମଠ, ସଖିବଟ, ଗହୀରମଥା, ହୁକିଟୋଲା, ବତୀଘର ବଡକୋଠା ଓ ରାଧାଶ୍ୟାମ ନରେନ୍ଦ୍ରଙ୍କର ଅବଦାନର ଐତିହାସିକ ପୃଷ୍ଟଭୂମିରେ ସଂକ୍ଷିପ୍ତ ମୂଲ୍ୟାୟନ କରିଥିଲେ । ତଥା ଆଜିର ଦିନରେ ପର୍ଯ୍ୟଟନର କ୍ରମବର୍ଦ୍ଧମାନ ଲୋକପ୍ରିୟତା ଉପରେ ଦୃଷ୍ଟିନିକ୍ଷେପ କରିଥିଲେ। ସଂଘର ଆଗାମୀ ଅଧିବେଶନ ବାଲେଶ୍ୱର ଚାନ୍ଦିପୁର ଠାରେ ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ ଇତିହାସବିତ୍ ଏହି ଉତ୍ସବରେ ଯୋଗଦାନ କରିଥିଲେ। ଶେଷରେ ସୁଧାଂଶୁ ମୋହନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ଓଡିଶା କେମିକାଲ ସୋସାଇଟି ଅଧିବେଶନ

Sat Nov 22 , 2025
ପଟ୍ଟାମୁଣ୍ଡାଇ ତା ୨୨/୧୧- ଓଡିଶା କେମିକାଲ ସୋସାଇଟି ଓ ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା କେମିକାଲ ସୋସାଇଟିର ୩୦ତମ ଆଞ୍ଚଳିକ ଅଧିବେଶନ ଓ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଓଡିଶା କେମିକାଲ ସୋସାଇଟି ସଭାପତି ପ୍ରଫେସର ସ୍ମୃତିପ୍ରଭା ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ର ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ୱତନ୍ତ୍ର […]