ସି.ପି.ଆଇ. ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଜନ ସମସ୍ୟାର ସମାଧାନ ପାଇଁ ଦାବି



କେନ୍ଦ୍ରାପଡ଼ା, ୧୩ା୯: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଜନସାଧାରଣଙ୍କ ଜୀବନ ଜୀବିକାର ସମସ୍ୟା ସମାଧାନ ହେବା ପରିବର୍ତ୍ତେ କ୍ରମେ ସଙ୍ଗୀନ ଆକାର ଧାରଣ କରୁଛି । ନୂଆ ସରକାର ଗାଦୀସୀନ ହେବାପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଲଗାମ ହୀନ ଭାବେ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ଅସହାୟତା ପ୍ରଦର୍ଶନ ଜନତାଙ୍କୁ ହତାଶ ଚକିତ କରିଛି । ଅପାରଗ ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ଅସହାୟତା ସାଙ୍ଗକୁ ଜିଲ୍ଲାରେ ଜଳ ନିଷ୍କାସନ, ପନି ପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା, କନ୍ଧା ଚାଷୀମାନଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ ଆଦି କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅପାରଗତା ବିରୋଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରେରଣ କରାଯାଇଛି । ସାଥୀ ବିକାଶ ଚନ୍ଦ୍ର ବେଉରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ରାଜ୍ୟନେତା ପ୍ରାକ୍ତନ ବିଧାୟକ ନାରାୟଣ ରେଡ୍ଡୀ ବିକ୍ଷୋଭକାରୀ ପାର୍ଟିର କର୍ମୀମାନଙ୍କୁ ସମ୍ବୋଧିତ କରି ଉଭୟ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରର ସାଧାରଣ ଜନତା ବିରୋଧି ଓ ପୁଞ୍ଜିପତି ସପକ୍ଷବାଦୀ ନୀତି ପାଇଁ ଦେଶର ସାଧାରଣ ମଣିଷର ଜୀବନ, ଜୀବିକା କ୍ରମାନ୍ୱୟରେ ବିପର୍ଯ୍ୟୟ ହେବାରେ ଲାଗିଛି । ଏଣୁ ଜନ ସମସ୍ୟାର ସମାଧାନ ପାଇଁ ଦେଶରେ ନୂଆ ରାଜନୀତି ଆଣିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ । ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ ୧୨ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିବା ସହ ବିକ୍ଷୋଭ ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରୀନେତ୍ରୀ ସୋହାନା ବେଗମ, ରାମଚଣ୍ଡୀ କୃଷକ ସଭାର ସଭାପତି ପ୍ରଶାନ୍ତ ଚୌଧୁରୀ, ସଙ୍ଗଠନ ସମ୍ପାଦକ ହରେକୃଷ୍ଣ ମାଝୀ, ଶିକ୍ଷକ ନେତା ଶ୍ରୀଚରଣ ସାମଲ, ରମେଶ ଚନ୍ଦ୍ର ନାୟକ, ସି.ପି.ଆଇ. ସହ ସମ୍ପାଦକ ଆଦିକନ୍ଦ ରାଉଳ ପ୍ରମୁଖ ଲୋକ ମାନଙ୍କର ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦୃଢ ଦାବୀ କରିଥିଲେ । ବିକ୍ଷୋଭ ଆରମ୍ଭ ପୂର୍ବରୁ ବିକ୍ଷୋଭକାରୀମାନେ ସହର ଉପକଣ୍ଠ ଗୋପଛକ ଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମେବେତ ହୋଇଥିଲେ । ଶୋଭାଯାତ୍ରାକୁ ସାଥି ପ୍ରଦୀପ ବେହେରା ଓ ପ୍ରମୋଦ ରାଉତ ପ୍ରମୁଖ ନେତୃତ୍ୱ ଦେଇଥିଲେ । ଭିକ୍ଷୋଭକାରୀ ମାନଙ୍କ ଠାରୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଦାବିପତ୍ରକୁ ଗ୍ରହଣ କରି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଦେଶରେ କମ୍ୟୁନିଷ୍ଟ ଆନ୍ଦୋଳନର ବିଶିଷ୍ଟ ନେତା, ପ୍ରାକ୍ତନ ସାଂସଦ ତଥା ସି.ପି.ଆଇ.(ଏମ) ଜାତୀୟ ସମ୍ପାଦକ ସାଥି ସୀତାରାମ ୟେଚୁରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading