କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରର ଷଷ୍ଟତମ ସ୍ୱତନ୍ତ୍ର ବୈଠକ



କେନ୍ଦ୍ରାପଡା ତା.୧୮ା୯: ଆଜି ଷଷ୍ଠ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସଙ୍କଅଧକ୍ଷ୍ୟତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ପଦବୀ ନିମନ୍ତେ ବଛା ଯାଇଥିବା ଚୂଡ଼ାନ୍ତ ତାଲିକାର ଅନୁମୋଦନ ନିମନ୍ତେ ଉକ୍ତ ବୈଠକ ଆହ୍ୱାନ କରାଯାଇଥିଲା । ଉକ୍ତ ବୈଠକରେ ଆଳିର ମାନ୍ୟବର ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗରର ମାନ୍ୟବର ବିଧାୟକ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ାର ମାନ୍ୟବର ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦର ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସମସ୍ତ ଜୋନର ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇ ଚୂଡ଼ାନ୍ତ ତାଲିକାର ଅନୁମୋଦନ କରିଛନ୍ତି । ସୂଚନା ଯୋଗ୍ୟଯେ ରାଜ୍ୟ ସରକାରଙ୍କ ତରଫରୁ ତା.୧୦.୦୯.୨୦୨୩ରିଖରେ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶିତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୬ ଗୋଟି ଭାଗରେ ବିଭକ୍ତ ୧୨୬୫ଟି ଅନୁମୋଦିତ ପଦବୀ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏହା ପରେ ୧୧୬୫ଟି ଯୋଗ୍ୟ ପ୍ରାର୍ôଥ/ପ୍ରାର୍ôଥନୀଙ୍କ ନଥିପତ୍ର ଯାଞ୍ଚ ପରେ ଜିଲ୍ଲା ପାଇଁ ୧୦୩୮ଜଣଙ୍କ ଯୋଗ୍ୟ ତାଲିକା ପ୍ରକାଶ ପାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଠାରୁ ଖାଲି ଥିବା ବିଦ୍ୟାଳୟମାନଙ୍କର ତାଲିକା ମଗାଯାଇ ୧୦୩୮ଗୋଟି ବିଦ୍ୟାଳୟର ତାଲିକା ସରକାରଙ୍କୁ ପ୍ରେରଣ କରାଯାଇଥିଲା ଯାହାକି ଆଜି ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ହୋଇଛି । ବ୍ଲକୱରୀ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ବେଳେ ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେହି ବିଦ୍ୟାଳୟରେ ଅନ୍ତତଃ ଆଉ ଜଣେ ଶିକ୍ଷକ ନିଯୁକ୍ତି ହେବେ ବୋଲି ଜିଲ୍ଲାପାଳ ବୈଠକକୁ ଅବଗତ କରାଇବା ସହ ସଭ୍ୟଙ୍କ ଅଭିଯୋଗ ଆଧାରରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading