
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଳଭା ଭାୟା ଗଣ୍ଡାଖିଆ କେନ୍ଦ୍ରାପଡା ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଚାଳକ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରୋଗିକୁ ନେଇ ଆମ୍ବୁଲାନ୍ସଟି କେନ୍ଦ୍ରାପଡା ମୁଖ୍ୟ ମେଡିକାଲ ଯାଇଥିଲା । ସେଠାରେ ରୋଗୀକୁ ଛାଡି ଫେରିବା ବାଟରେ ଭୋର ସମୟରେ ଖଡିଅଂଟା ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡି ଇଲେକ୍ଟ୍ରି ଖୁଂଟରେ ବାଡେଇ ହୋଇ ଅଟକି ଯାଇଥିଲା। ଫଳରେ ସେଥିରେ ଥିବା ଚାଳକ ସାମାନ୍ୟ ଆହତ ହୋଇଥିଲେ। ଅପରପକ୍ଷେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଏନେଇ ଅଭିଯୋଗ ହୋଇଥିବା ଜଣାପଡିଛିା ।











