କେନ୍ଦ୍ରାପଡା ପୌର ପରିଷଦ ସ୍ୱାସ୍ଥ୍ୟ ଶିବିର



କେନ୍ଦ୍ରାପଡା,୨୦/୯: ପ୍ରତିବର୍ଷ ପରି ଚଳିତବର୍ଷ କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ ସଫେଇ କର୍ମଚାରୀମାନଙ୍କ ପାଇଁ ସଫେଇ ମିତ୍ର ସୁରକ୍ଷା ଶିବିର ନିମନ୍ତେ ଆଜି କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ଟାଉନ ହଲ୍‌ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ପୌରସଭ୍ୟ, ପୌର କର୍ମଚାରୀ ଏବଂ ସହର ଅଧିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଏମାନଙ୍କୁ ହେପାଟାଇଟିସ୍‌-ବି ଟୀକା, ମଧୁମେହ ପରୀକ୍ଷା, ରକ୍ତଚାପ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଗଣମାଧ୍ୟମ ପ୍ରତିନିଧି ଏହାର ସୁଯୋଗ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସହରକୁ ସଫା ସୁତୁରା କରିବା ସହିତ ସ୍ୱଚ୍ଛ ରହିବା ପାଇଁ ଦୀର୍ଘ ୧୦ବର୍ଷ ହେବ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ କରାଯାଉଅଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ପୌରସଭ୍ୟ ଉମେଶ ନାୟକ, ନିରାକାର ସ୍ୱାଇଁ ଏବଂ ପୌର କର୍ମଚାରୀ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading