କେନ୍ଦ୍ରାପଡା ପୌର ପରିଷଦ ସ୍ୱାସ୍ଥ୍ୟ ଶିବିର



କେନ୍ଦ୍ରାପଡା,୨୦/୯: ପ୍ରତିବର୍ଷ ପରି ଚଳିତବର୍ଷ କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ ସଫେଇ କର୍ମଚାରୀମାନଙ୍କ ପାଇଁ ସଫେଇ ମିତ୍ର ସୁରକ୍ଷା ଶିବିର ନିମନ୍ତେ ଆଜି କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ଟାଉନ ହଲ୍‌ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ପୌରସଭ୍ୟ, ପୌର କର୍ମଚାରୀ ଏବଂ ସହର ଅଧିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଏମାନଙ୍କୁ ହେପାଟାଇଟିସ୍‌-ବି ଟୀକା, ମଧୁମେହ ପରୀକ୍ଷା, ରକ୍ତଚାପ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଗଣମାଧ୍ୟମ ପ୍ରତିନିଧି ଏହାର ସୁଯୋଗ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସହରକୁ ସଫା ସୁତୁରା କରିବା ସହିତ ସ୍ୱଚ୍ଛ ରହିବା ପାଇଁ ଦୀର୍ଘ ୧୦ବର୍ଷ ହେବ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ କରାଯାଉଅଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ପୌରସଭ୍ୟ ଉମେଶ ନାୟକ, ନିରାକାର ସ୍ୱାଇଁ ଏବଂ ପୌର କର୍ମଚାରୀ ପରିଚାଳନା କରିଥିଲେ ।


Next Post

ଜିଲ୍ଲା ବିକାଶ ମେଳାରେ ସାଂସ୍କୃତିକ ଦଳକୁ ଅବହେଳା ଜିଲ୍ଲାପାଳଙ୍କୁ ଅଭିଯୋଗ

Sat Sep 21 , 2024
କେନ୍ଦ୍ରାପଡ଼ା,୨୧ା୯: କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗର କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ ମେଳା ଯାହାକି କେନ୍ଦ୍ରାପଡା କଲେଜରେ ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିରେ କେବଳ ପୂର୍ବର ସେହି କେତେକ ନିର୍ଦ୍ଧିଷ୍ଟ ଦଳକୁ କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲାର ବିଭିନ୍ନ […]

KANIKA