ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବୈଠକ



ପଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରଫେସର ଅନିରୁଦ୍ଧ ରାଉଳ, ଉପସଭାପତି ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ଉପସଭାପତି ରାଜେନ୍ଦ୍ର କୁମାର ଦାଶ, ସଞ୍ଜୟ କୁମାର ବର୍ମା, ସାଙ୍ଗଠନିକ ସମ୍ପାଦକ ରମେଶ ଚନ୍ଦ୍ର ଦେ ପ୍ରମୁଖ ଭାଗନେଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଥିଲେ ।ବୈଠକ ପ୍ରାରମ୍ଭରେ ପୁରାତନ ଛାତ୍ର ସଂସଦ ବରିଷ୍ଠ ସଭ୍ୟ ଦିବଗଂତ ଲକ୍ଷ୍ମୀଧର ଦାଶ, ଦୁଶାସନ କୁଣ୍ଡ, କମଳାକାନ୍ତ ମହାନ୍ତି ସମେତ ଇତିମଧ୍ୟରେ ଇହଲୀଳା ସମ୍ବରଣ କରିଥିବା ଅନ୍ୟ ପୁରାତନ ଛାତ୍ରୀଛାତ୍ର ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବିଗତ ୨୦୨୩ ମସିହା ବାର୍ଷିକ ଉତ୍ସବର ଆୟ ବ୍ୟୟ ସମୀକ୍ଷା କରାଯିବା ସହିତ ଚଳିତବର୍ଷ ବାର୍ଷିକ ଉତ୍ସବ ଅକ୍ଟୋବର ୬ରେ ପୁରାତନ ଛାତ୍ର ସଂସଦ ର ୧୪ତମ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ନୂତନ କର୍ମକର୍ତା ନିର୍ବାଚନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ ଉତ୍ସବକୁ ସରସ ସୁନ୍ଦର କରିବାକୁ ସମସ୍ତ ପୁରାତନ ଛାତ୍ରୀଛାତ୍ର ମାନେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଥିଲା ।ଉକ୍ତ ବିଦ୍ୟାଳୟ କେନ୍ଦ୍ରାପଡା ଜିଲ୍ଲାର ୨ୟ ବୃହତମ ବିଦ୍ୟାଳୟ ହୋଇଥିବାସ୍ଥଳେ ପ୍ରଧାନ ଶିକ୍ଷକ ସମେତ ୧୨ଜଣ ଶିକ୍ଷକ ଓ ୪ଜଣ ଶିକ୍ଷା କର୍ମଚାରୀ ପଦବୀ ଦୀର୍ଘଦିନହେବ ଖାଲି ପଡିଥିବାରୁ ଶିକ୍ଷାଦାନ କ୍ଷେତ୍ରରେ ଅହେତୁକ ସମସ୍ୟା ସୃଷ୍ଟି ହେଉ ଥିବାରୁ ଉକ୍ତ ପଦବୀ ଗୁଡିକ ଯଥାଶିଘ୍ର ପୁରଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଉକ୍ତ ସଭାରେ ସମ୍ପାଦକ କଣ୍ଡୁରି ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ, ଶିଶିର କୁମାର ମଲିକ, କାର୍ଯ୍ୟକାରୀ କମିଟିର ସଭ୍ୟ ତ୍ରିଲୋଚନ ଜେନା, ବ୍ରଜ ସୁନ୍ଦର ସାହୁ, ଇଂ ତପନ କୁମାର ପାତ୍ର, ଶିକ୍ଷକ ପ୍ରତିନିଧି ଅଶୋକ କୁମାର ଦାଶ, ଚିତ୍ରଶିଳ୍ପୀ ସଞ୍ଜିବ କୁମାର କର ,କୁମାରେଶ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ

Sun Sep 22 , 2024
କେନ୍ଦ୍ରାପଡ଼ା, ୨୨ା୯: କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଙ୍ଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଷ୍ଟ୍ର୍ରଭାଷାର ବିକାଶ […]

KANIKA