ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ଅଳଭା ଲକ୍ ନିକଟରେ ଶନିବାର ଅପରାହ୍ନ ରେ ଏକ ହାଇୱା ସହ ବାଇକର ମୁଁହା ମୁଁହି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡା ଓ କଟକ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ବାଇକ ଆରୋହୀ ଦ୍ୱୟ ହେଉଛନ୍ତି ନିମପୁର ଗ୍ରାମର ଅରୁଣ ବାରିକ (୨୭) ବିଘ୍ନେଶ୍ୱର ବାରିକ (୨୨) ବୋଲି ଜଣାପଡିଛି ।
ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ନିମପୁର ଗ୍ରାମର ଅରୁଣ ଓ ବିଘ୍ନେଶ୍ୱର ଏକ ବାଇକ ନଂ-ଓଡି ୦୫ ବି ୬୦୧୮ ଯୋଗେ ପଟ୍ଟାମୁଣ୍ଡାଇରୁ ନିଜ ବାସଗୃହକୁ ଫେରୁଥିବା ବେଳେ ଅଳଭା ଲକ୍ ନିକଟରେ ଏକ ହାଇୱା ନଂ- ଓଡିି ୧୪ ଜି ୮୫୯୫ ଦ୍ରୁତ ଗତିରେ ଆସି ଦୁର୍ଘଟଣା ଘଟାଇଥିଲା । ଏହି ଦୁର୍ଘଟଣାରେ ଉକ୍ତ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେଠାରେ ଅରୁଣଙ୍କ ମୁଣ୍ଡରେ ଅଧିକ ଅଘାତ ଲାଗିଥିବାରୁ ସେ ଚେତାଶୂନ୍ୟ ହୋଇପଡୁଥିଲେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବିଘ୍ନେଶ୍ୱରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥାନକୁ ଆମ୍ବୁଲାନ୍ସ ଆସିବା ଲେଟ କରିଥିବାରୁ ସ୍ଥାନୀୟ ଲୋକେ ଉତେଜିତ ହୋଇ ହସ୍ପିଟାଲରେ ଗାଳିଗୁଲାଜ କରିଥିବା ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବାଇକ ଓ ହାଇୱାକୁ ଜବତ କରି ଅଟକ ରଖିଛି ।


Next Post

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ବରିଷ୍ଠ ନାଗରିକ ପରିଚୟ ପତ୍ର ବିତରଣ ସମାରୋହ

Sat Mar 9 , 2024
କେନ୍ଦ୍ରାପଡ଼ା, ୯ା୩: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ କେନ୍ଦ୍ରାପଡା ପୋଲିସ ପ୍ରଶାସନ ସହଯୋଗରେ ଆଜି କେନ୍ଦ୍ରାପଡାର ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପ ସଭାଗୃହରେ ପରିଚୟ ପତ୍ର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରିଷ୍ଠ ନାଗରିକ ମଞ୍ଚର ସ୍ଥାୟୀ ସଭାପତି ଅକ୍ଷୟ କୁମାର ମହାନ୍ତି ଅଧ୍ୟକ୍ଷତାରେ ଟାଉନଥାନା ଅଧିକାରୀ ଓ ସଦରଥାନା ଅଧିକାରୀଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ […]