ଗାଈ କ୍ଷୀର, ଗୋବର ଏବଂ ମୂତ୍ରରେ ପ୍ଲାଷ୍ଟିକ୍ କଣିକା , ମିିଳୁନି ଗୋଚାରଣ ଭୂମି , ଗାଇଗୋରୁ ଖାଉଛନ୍ତି ପ୍ଲାଷ୍ଟିକ ବ୍ୟାଗ ଅଳିଆ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁଳ ପଲିଥିନ ପ୍ଲାଷ୍ଟିକ୍ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ବାର୍ଯ୍ୟବସ୍ତୁରେ ପରିଣତ ହୋଇ ଚାରିଆଡେ ପଡିରହୁଛି । ଏହା ଦ୍ୱାରା ଗାଇଗୋରୁ ଛେଳିମାଣ୍ଢା ପ୍ରଭୁତି ପ୍ରଣୀ ମାନେ ପ୍ରଭାବିତ ହେଉଛନ୍ତି। ଏପରିକି କିଛି ଗୃହପାଳିତ ପ୍ରଣୀ ପଲିଥିନକୁୁ ଖାଦ୍ୟ ଭାବି ଗିଳି ଦେଉଛନ୍ତି । ଯାହାଙ୍କ ଖିର ଲୋକେ ଖାଇ ରୋଗର ଶିକାର ହେଉଛନ୍ତି ବୋଲି ବିଷଶ୍ୟଜ୍ଞମାନେ ମତ ପ୍ରକାଶ କରିଛନ୍ତି
ବୁଦ୍ଧିଜିବୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ପଟ୍ଟାମୁଣ୍ଡାଇ ସହରରେ ହୋଟେଲ ଓ ଜନବସତିରୁ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌। ଛିଣ୍ଡା ପାଲ, ପ୍ଲାଷ୍ଟିକ, ପଲିଥିନ, ସୋଲ ସମେତ ଘରର ନିତ୍ୟ ବ୍ୟବହୃତ ଜିନିଷ ଗଦା ହେଉଛି। ଏପରିକି କିଛି ସ୍ଥାନରେ ମୁକ୍ତ ଶୌଚାଳୟ ପାଲଟିଛି। ପ୍ଲାଷ୍ଟିକ, ଥର୍ମୋକୁଲ ବେଶିଦିନ ପଡିରହି ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହେଉଥିବା ବେଳେ ଏସବୁକୁ ଗାଈଗୋରୁଛେଳି ପ୍ରଭୁତି ଜୀବ ଖାଇଦେଉଛନ୍ତି । ଯାହା ପାଇଁ ତାଙ୍କ ଜୀବନ ପ୍ରତି ପାଇଁ ବିପଦ ସୃଷ୍ଟି କରୁଛି। ପୁଣି ଏହି ଗାଈ ଖିର ମଣିଷ ଖାଇବା ଦ୍ୱାରା ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି। ସୁରକ୍ଷା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସଚେତନ କରାଯାଉଛି। ଅଥଚ ପ୍ଳାଷ୍ଟିକ୍‌ରେ ରୁନ୍ଧି ହୋଇଯାଉଥିବା ପ୍ରଶାସନର ଅବହେଳା ପଦାରେ ପଡୁଛି।
ଡାକ୍ତର ମିରାକାର ସେଠୀ କୁହନ୍ତି । ପୂର୍ବେ ଗ୍ରାମଗୁଡିକରେ ଘରୋଇ ଦୁଗ୍ଧ ପାଇଁ ଗାଈ ପାଳିତ ହୁଅନ୍ତି । ସେମାନେ କ୍ଷେତ ମିଳୁଥିବା ଘାସ ଚରନ୍ତି ଏବଂ ଗୋରକ୍ଷକ କାଟା ଘାସ ରାତିରେ ଦିଅନ୍ତି । ସେହି ଗାଇ ମାନେ ଦେଉଥିବା କ୍ôଷର ମନୁଷ୍ୟ ପିଇବାର ଦ୍ୱାର ଅନେକ ଲାଭ ମିଳେ । ଗାଈ କ୍ଷୀରରେ କ୍ୟାଲସିୟମ୍‌, ଭିଟାମିନ୍‌-ବି, ଫସଫରସ୍‌, ନିୟାସିନ୍ ଏବଂ ପ୍ରୋଟିନ୍ ଭଳି ଉପାଦାନ ମନକୁ ଶାନ୍ତ କରିଥାଏ ଭାରତର ପ୍ରାୟ ସମସ୍ତ ଘରେ, ଏକ ଗ୍ଲାସ୍ କ୍ଷୀର ସକାଳେ ଜଳଖିଆ ପାଇଁ ଏବଂ ରାତିରେ ଶୋଇବା ପୂର୍ବରୁ ପିଇଥାନ୍ତି । ଏଥିରେ ଭିଟାମିନ୍ ଡିରେ ଭରପୂର ଥିବାରୁ କର୍କଟ ପ୍ରତିରୋଧ ଶକ୍ତି ବଢେ , ଆଖି ପାଇଁ ଲାଭଦାୟକ ହୃଦୟ ସୁସ୍ଥ ରୁଏ ଓ ପ୍ରତିରକ୍ଷା ପ୍ରଣାଳୀ ଶକ୍ତିଶାଳୀ ହୁଏ ।
ଗୋରୁ ମାଲିକ ଶୁସାନ୍ତ ସାମଲ କହିଛନ୍ତି ଘରୋଇ ଗୋରୁଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଚାରଣ ଭୂଇଁ । ଏବେ ଚାରଣ ଭୂଇଁ ଜବରଦଖଲ କାରୀଙ୍କ କବଜାକୁ ଚାଲି ଯାଇଥିବା ବେଳ ଗାଁ ଗହଳିରେ ଥିବା ଗୋଚର, ଅନାବାଦୀ, ନୟନଜୋରିକୁ ପୋତାଯାଇ ସରକାରୀ ଅନୁଦାନ ପ୍ରାପ୍ତ ଉନ୍ନତି ମୁଳକ କାମ ହେଉଛି । ଫଳରେ ଗାଇଗୋରୁଚରିବାକୁ ଚାରଣ ଭୂମି ପାଉନହାଁନ୍ତି । ମୁଦ୍ରାସ୍ଫୀତି ହେତୁ ସେମାନଙ୍କ ପଶୁମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡୁଛି। ଏହି ବାଧ୍ୟତାମୂଳକ କାରଣରୁ ଗୋରୁମାନଙ୍କୁ ଖୋଲା ସ୍ଥାନରେ ଛାଡିବାକୁ ପଡ଼ୁଛି। ଖୋଲା ସ୍ଥାନରେ ପକାଯାଇଥିବା ପଲିଥିନ ପେପର ଖାଇ ପେଟପୁରାଉଛନ୍ତି ।
ଗବେଷକ ଆର୍ତତ୍ରାଣ ପାତ୍ର କୁହନ୍ତି ପ୍ଲାଷ୍ଟିକ ବ୍ୟାଗ କିମ୍ବା ଅଳିଆ ଖାଇବା ପରେ ଗୁରୁତର ରୋଗରେ ଅସୁସ୍ଥ ହୋଇପଡନ୍ତି। ଗାଈକ୍ଷିର ବାଛୁରୀ ପିଇବା ଦ୍ୱାର ସେ ମଧ୍ୟ ପ୍ରଭାବିତ ହୋଇ ରୋଗରେ ପଡି ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ବରଣ କରେ। ପଶୁମାନଙ୍କରେ କର୍କଟ ଭଳି ରୋଗ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଉଛି । ୨୦୨୨ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଗାଈ କ୍ଷୀର, ଗୋବର ଏବଂ ମୂତ୍ରରେ ପ୍ଲାଷ୍ଟିକ୍ କଣିକା ମିଳୁଛି। ଯାହା କେବଳ ପ୍ରାଣୀଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ମଣିଷଙ୍କ କର୍କଟ ରୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ବିଷାକ୍ତ ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଏହିପରି ଗାଈଙ୍କ ଦ୍ୱାରା ଉତ୍ପାଦିତ କ୍ଷୀର ମାଧ୍ୟମରେ ମଣିଷ ଦେହକୁ ପ୍ରବେଶ କରିପାରେ ।ଯିଏ ସେମାନଙ୍କ ଦ୍ୱାରା ଦିଆଯାଇଥିବା କ୍ଷୀର ଖାଏ, ସେ ମଧ୍ୟ ଅସୁସ୍ଥ ହେବାର ଆଶଙ୍କା ଦେଖାଦିଏ ।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପ୍ଲାଷ୍ଟିକ ବ୍ୟାଗ ଉପରେ ନିଷେଧାଦେଶ ଜାରି କରାଯାଇଥିବାବେଳେ ଫୁଟପାଥ ଦୋକାନୀମାନଙ୍କ ସହିତ ସ୍ଥାୟୀ ଦୋକାନୀମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରୁଛନ୍ତି। ଯେତେବେଳେ ଏହି ପ୍ଲାଷ୍ଟିକ୍ ବ୍ୟାଗ୍ ଅଳିଆ ଭିତରକୁ ଯାଏ,ତାହା ସହିତ ଛୁଂଚି, ତାର, ନଖ ସହିତ ଅନ୍ୟାନ୍ୟ ଘରୋଇ ବର୍ଜ୍ୟବସ୍ତୁ ପଲିଥିନ ବ୍ୟାଗରେ ପକାଯାଏ । ଗୋରୁମାନେ ଏହାକୁ ସେମାନଙ୍କର ଖାଦ୍ୟ ଭାବରେ ବ୍ୟବହାର କରନ୍ତି ।


Discover more from

Subscribe now to keep reading and get access to the full archive.

Continue reading