ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ



କେନ୍ଦ୍ରାପଡ଼ା,୨୪ା୯: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ସମସ୍ତ ବିଭାଗର ସହଯୋଗୀତା ଯୋଗୁଁ ଏହା ସଫଳ ହୋଇପାରିଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ଦଳ ନୁପୂର, ବିଣାକେଶରୀ ନୃତ୍ୟ ମଞ୍ଜରୀ ଓ ସ୍ଥାନୀୟ ଦଳ ରୟାଲ ଡାନ୍ସ ଏକାଡ଼େମୀ, ସାଇନାଥ କଳା ପରିଷଦ, ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଲୋକ ନୃତ୍ୟ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗ ଦେଇଥିଲା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲୋକସଭା ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପିନୀ ସନ୍ଧ୍ୟାରେ ଭାଗ ନେଇ ଥିବା ସମସ୍ତ କଳାକାରମାନଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ମୋମେଂଟମ ଦେଇ ସମ୍ବର୍ଦ୍ଧର୍ିତ କରିଥିଲେ।


Next Post

ଧସିଲା ବ୍ରହ୍ମଣୀ ନଦୀପଠା ନଦୀ ଗର୍ଭକୁ ଚାଲିଗଲା ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା, ଆତଙ୍କରେ ସ୍ଥାନୀୟ ଲୋକେ , ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଅଧିକାରୀ

Wed Sep 25 , 2024
ପଟ୍ଟାମୁଣ୍ଡାଇ ୨୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛି । ଫଳରେ ଆଖପାଖ ଅଂଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ନଦୀରେ […]

KANIKA