ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, ୧୭ା୧୨: ଜିଲ୍ଳାପାଳ ରଘୁରାମ ଆର. ଆୟର ବୁଧବାର ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଣ୍ଟରକୁ ଯାଇ ସଠିକ ଭାବରେ ଏବଂ କ୍ରମାନ୍ୱୟରେ ପଞ୍ଜିକରଣ ହେଉଛି କି ନାହିଁ ଦେଖିଥିଲେ। ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତ୍ତି ହୋଇଥିବା ବିଭିନ୍ନ ରୋଗୀ ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହ ସେମାନେ ଉପଯୁକ୍ତ ସେବା ଡାକଦ୍ତରଖାନାରୁ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଦାୟିତ୍ୱରେ ଥିବା ଡାକ୍ତର ଏବଂ ଷ୍ଟାଫ୍ମାନଙ୍କ ସହ ରୋଗୀଙ୍କୁ ଉପଯୁକ୍ତ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ରୋଗୀମାନଙ୍କୁ ଭଲ ବ୍ୟବହାର କରିବା ସହିତ ଉତ୍ତମ ରୋଗୀ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତିତ ଡାକ୍ତଖାନା ଟଏଲେଟ୍ ଗୁଡିକର ଦୈନିକ ସଫେଇ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଆହାର କେନ୍ଦ୍ର ବୁଲି ଦେଖିବା ସହିତ ଚିକିତ୍ସାଳୟଳୟ ଅନ୍ୟ ସମସ୍ୟା ଉପରେ ଉପସ୍ଥିତ ଡାକ୍ତରଖାନା ଅଧୀକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।











