ପଟ୍ଟାମୁଣ୍ଡାଇ ୨୫/୯ -ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ବ୍ଲକର ୬ଟି ସିଏସଏସ ଦୀର୍ଘ ୧୨ବର୍ଷ ଧରି ନୀରବଛିନ୍ନ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ଦୀର୍ଘ ୬ମାସ ହେଲା ପଟ୍ଟାମୁଣ୍ଡାଇ ବ୍ଲକର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, ପ୍ରାଣୀ ମିତ୍ର, କୃଷି ମିତ୍ର ଏଲଏସପି ଆଦି ପାରିଶ୍ରମିକ ପାଇ ପାରୁନାହାନ୍ତି । ଏ ସମ୍ପର୍କରେ ଗତ ୩. ୯.୨୪ ରିଖରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବୁଧବାର ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ସଭାପତି ବୈଦେହୀ ପାଗଳ ଓ ସମ୍ପାଦକ ବ୍ରଜ କିଶୋର ସେଠୀଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟ ରତ ଶତାଧିକ ଏମବିକେ,ବ୍ୟାଙ୍କ ମିତ୍ର, ସିଆରପିସିଏମ, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏଲଏସପି ବ୍ଲକ ପରିସରରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ସରକାରଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରି ତୁରନ୍ତ ପାରିଶ୍ରମିକ ପ୍ରଦାନ କରିବାକୁ ଦାବୀ କରିଥିଲେ । ଏହାର ଏକକିତା ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କମିଶନର କମ ସେକ୍ରେଟାରୀ ମିଶନଶକ୍ତି,ଷ୍ଟେଟ ମିଶନ ଡାରେକ୍ଟର କମ ସିଇଓଓଏଲଏମ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପିଡି, ଡି ପି ଏମ, ଡି ପି ସି, ପଟ୍ଟାମୁଣ୍ଡାଇ ସି ଡି ପି ଓ, ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ବି ପି ସି, ପଟ୍ଟାମୁଣ୍ଡାଇ ବ୍ଲକ ଓ ଏଲ ଏମ ବି ପି ସିଙ୍କୁ ପ୍ରଦାନ କରାଯାଇଛି । ଆଜି ଠାରୁ ପାରିଶ୍ରମିକ ପ୍ରଦାନ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସରକାର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।