ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ୨୦୨୫ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ



କେନ୍ଦ୍ରାପଡ଼ା ୨୫/୧୦- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ୨୦୨୫ ସୁରବି କାର୍ଯ୍ୟକ୍ରମ ଅତି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୁନି କୁନି ଛାତ୍ର ଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶିତ ହେବା ସାଙ୍ଗକୁ ସାଂସ୍କୃତିକ, ସାମାଜିକ କ୍ଷେତ୍ରରେ ପିଲା ମାନଙ୍କର ଯେଉଁ ଅନ୍ତର୍ନିହିତ ଦକ୍ଷତା ରହିଛି ତାହା କିପରି ପ୍ରସ୍ପୁଟିତ ହୋଇପାରିବ ତାହା ଏହି ସୁରବି କାର୍ଯ୍ୟକ୍ରମର ମୁଳ ଲକ୍ଷ ଏବଂ ଆବିମୁଖ୍ୟ ମଧ୍ୟ । କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ ସଂଯୋଜକ (ସି. ଆର.ସି.ସି) ସତ୍ୟବ୍ରତ ସାମନ୍ତରାୟ ଉପସ୍ଥିତରେ ପ୍ରଦୀପ କୁମାର ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରାକାର ନାୟକ ଉପସ୍ଥିତ ଥିଲାବେଳେ ସମିତି ସଭ୍ୟ ସୁବାଷ ଚନ୍ଦ୍ର ବାରିକ ଉପସ୍ଥିତ ଥିଲେ । ସଂମ୍ମାନନିୟ ଅତିଥି ଭାବେ ବାବାଜୀ ଚରଣ ଦାସ,ସୁଧାଂଶୁ ଶେଖର ପ୍ରଧାନ,ରଞ୍ଜନ କୁମାର ଜେନା, ଅଦକ୍ଷ ବିଶ୍ୱ ରଞ୍ଜନ ନାୟକ,ଶ୍ରୀନିବାସ ସାହୁ, ପ୍ରଭାସ ରଞ୍ଜନ ପ୍ରଧାନ,ସମରେନ୍ଦ୍ର ତରାଇ,ସଞ୍ଜୟ କୁମାର ଜେନା,ଆଶାଲତା ଶର୍ମା,ସ୍ମୁର୍ତିଲତା କର, ନିର୍ମଳ ଖଟୁଆ,ଗଙ୍ଗାମଣି ସିଂ, ଶଶିକାନ୍ତ ବେହେରା ଏବଂ ଜରିଆ ବଳଦେବ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ପନ୍ଦର ଗୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜରିଆବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଦ୍ୱିତୀୟାର୍ଦ୍ଧରେ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ସହ ମଣ୍ଡଳ ଶିକ୍ଷାଧିକାରୀ ତଥା ବି ଆର ସି ସି ସଂମ୍ମାନନୀୟା ପ୍ରେମବାଳା ମହାପାତ୍ର ଏବଂ ଏ ବି ଇ ଓ ସଂମ୍ମାନନୀୟା ସୁନୀତି ଦାଶ ପ୍ରମୁଖ ଉପସ୍ଥିତ ହୋଇ ସୁରଭି -୨୦୨୫ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏବଂ ଜରିଆବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସାଗରିକା ସ୍ୱାଇଁ ସମସ୍ତଙ୍କୁ ସୁରଭି ୨୦୨୫ ର ମୂଲ୍ୟବୋଧ କଥା ରଖି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।


Next Post

ଶ୍ରୀ କ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟବସ୍ତ୍ର

Sun Oct 26 , 2025
କେନ୍ଦ୍ରାପଡ଼ା,୨୫ା୧୦ : ପାରମ୍ପରିକ ପ୍ରଥା ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ଆସିଛି ୩ଗୋଟି ପାଟବସ୍ତ୍ର । ଦେବୋତ୍ତର ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ନୀଳ, ରକ୍ତ ଓ ହରିଦ୍ରା ରଙ୍ଗର ତିନୋଟି ପାଟବସ୍ତ୍ରକୁ ବଡଭାଇ ଶ୍ରୀବଳଦେବଜିଉ ମହାପ୍ରଭୁଙ୍କ ଉଦେଶ୍ୟରେ ଆସିଛି। ସେହି ପାଟବସ୍ତ୍ରକୁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆଣିଥିବା ସହକାରୀ ପ୍ରଶାସକ ଡ. ପ୍ରଭୂପିୟୁଷ […]

KANIKA