କେନ୍ଦ୍ରାପଡ଼ା, ୨୬ା୯ : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ, ଓଡିଶା, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ଦୁଇ ଦଶନ୍ଧି ହେବ ପୁରୁଣା ପେନସନ ଉଛେଦ କରାଯାଇଛି। ଏହାଦ୍ୱାରା ଦୁଇ ଦଶନ୍ଧି ମଧ୍ୟରେ ଅବସର ନେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଆର୍ଥିକ ଅନାଟନର ଶୀକାର ହେଉଛନ୍ତି। ୨୦୦୪ମସିହା ପରଠାରୁ ଚାକିରୀ ପାଇଥିବା କର୍ମଚାରୀମାନେ ପୁରୁଣା ପେନସନ ପାଇବେ ନାହିଁ। ସେମାନଙ୍କ ପାଇଁ ଓଡିଶା ସରକାର ନୂଆ ପେନସନ ସିଷ୍ଟମ(ଏନପିଏସ) ଲାଗୁକଲେ। କିନ୍ତୁ ଏହି ପେନସନ ସ୍କିମରେ ଯେଉଁ ଅର୍ଥ ମିଳୁଛି ତାହା ପୁରୁଣା ସ୍କିମ ଠାରୁ ବହୁ କମ୍। ନିକଟରେ କେନ୍ଦ୍ର ସରକାର ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)ପ୍ରଚଳନ କରିଛନ୍ତି। କିନ୍ତୁ ଏହା କର୍ମଚାରୀଙ୍କ ପାଇଁ କୈାଣସି ସୁବିଧା ପ୍ରଦାନ କରିନାହିଁ। କାରଣ ଏହା ପୁରୁଣା ପେନସନ ସ୍କିମକୁ ବାଟବଣା କରିବା ପାଇଁ ପ୍ରଚଳନ କରାଗଲା। ତେଣୁ ଉଭୟ ଏନପିଏସ ଏବଂ ୟୁପିଏସ କର୍ମଚାରୀଙ୍କ ପାଇଁ କ୍ଷତିକାରକ। କେବଳ ପୁରୁଣା ପେନସନ ଯୋଜନା କର୍ମଚାରୀଙ୍କ ପାଇଁ ଲାଭ ଦାୟକ ବୋଲି ଅନୁଷ୍ଠାନ ସ୍ମାରକପତ୍ରରେ ଉଲ୍ଲେଖ କରିଛି। ଓଡିଶାର ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ପୂର୍ବ ଅପେକ୍ଷା ବେଶ ସୁଦୃଢ ହୋଇପାରିଛି। ଲକ୍ଷ ଲକ୍ଷ କର୍ମଚାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପୁରୁଣା ପେନସନ ସ୍କିମକୁ ପୁନର୍ବାର ଲାଗୁ କରନ୍ତୁ ବୋଲି ଦାବି ହୋଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ ସ୍ମାରକପତ୍ର ଗ୍ରହଣ କରିଥିଲେ। ଜାତୀୟ ଆନ୍ଦୋଳନର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଅନନ୍ତ କୁମାର ପରିଡାଙ୍କ ନେତୃତ୍ୱରେ ନିକୁଞ୍ଜ ବିହାରୀ ନାୟକ, ଅଶ୍ୱିନୀ କୁମାର ରାଉତ, ସରୋଜ ସାହୁ, ସେକ ଫାୟାଜୁଦ୍ଦିନ, ଦାଶରଥି ନାୟକ, ଦେବେନ୍ଦ୍ର ନାୟକ, ଭକ୍ତ ରଞ୍ଜନ ସ୍ୱାଇଁ, ପ୍ରଶାନ୍ତ ଶତପଥୀ, ଅଜୟ ଦାସ, ଅସଗର ଅଲ୍ଲୀ, ମଞ୍ଜୁଲତା ବେହେରା, କିଶୋର ଜେନା, ସେକ ଖତିବ, ଅଚ୍ୟୁତାନନ୍ଦ ସାମଲ, ସେକ ବରକତୁଲ୍ଲା, ସେକ ସାହାନୱାଜ, ସଦାଶିବ ସାହୁ, ସଂଗ୍ରାମ ସାହୁ, ମହେଶ୍ୱର ସାହୁ ପ୍ରମୁଖ ଶିକ୍ଷକ ସଂଗଠନ, ସ୍ୱାସ୍ଥ୍ୟ ବିଭାଗ ସଂଗଠନ, ବିଦ୍ୟୁତ ଯୋଗାଣ ସଂଗଠନ, ରାଜସ୍ୱ ବିଭାଗ ସଂଗଠନ ଆଦି ବିଭିନ୍ନ ବିଭାଗର ଶତାଧିକ କର୍ମଚାରୀ ଏକ ପଟୁଆରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରିଥିଲେ।
kanikanews.in
Next Post
କଷଣଅଂଟା ହାଇସ୍କୁଲରେ ଆଇନ ସଚେତନତା ଶିବିର
Thu Sep 26 , 2024
ପଟ୍ଟାମୁଣ୍ଡାଇ ୨୬/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପକସୋ ଆଇନ ଉପରେ ଏକ ସଚେତନତା ଶିବିର କଷଣଅଂଟା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ବର୍ଷରୁ କମ ବୟସର ପିଲାମାନେ ସମ୍ମୁଖୀନ ହେଉଥିବା ଶୋଷଣର ଶିକାର ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ତାହାର ସମାଧାନ ଓ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା […]

KANIKA
- 7 months ago
ଖୋଲିନି ଧାନ ମଣ୍ଡି: ଚିନ୍ତାରେ ଚାଷୀ
- 7 months ago
ନିଲାମ ହୋଇପାରୁନି ବାଲି ସୈରାତ ଚୋରାରେ ଚାଲିଛି ବାଲି ଉଠାଣ
- 1 year ago
ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ