ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ


ଉଦ୍‌ଯାପିତ ହେଲା କେନ୍ଦ୍ରାପଡା ତ୍ରୟୋବିଂଶତମ ପୁସ୍ତକ ମେଳା

 


କେନ୍ଦ୍ରାପଡା,୧୩ା୧: କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ବରିଷ୍ଠ କବି ତଥା ରେଳ ବିଭାଗର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସମ୍ମାନିତ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ ଯୋଗଦେଇ କହିଥିଲେ ଯେ ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ । ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ସେମାନେ ସମସ୍ତେ ବହି ପଢି ମଣିଷ ହୋଇଛନ୍ତି । ବହି ହେଉଛି ମଣିଷ ତିଆରି କାରଖାନା । ପୁସ୍ତକମେଳା ହେଉଛି ସାହିତ୍ୟର ମହାକୁମ୍ଭ । ଆମେ କହି ଯେ ଭାରତ ବିଶ୍ୱର ଗୁରୁ ହେବା ହେଲେ ଆମର ୮ଲକ୍ଷ ପିଲା କାହିଁକି ବିଦେଶରେ ପଢୁଛନ୍ତି । ତେବେ ଆମର ବିଶ୍ୱଗୁରୁ ହେବା ଦିବାସ୍ୱପ୍ନ । ଏହି ଅବସରରେ ସାହିତ୍ୟ ସର୍ଜନା, ସମାଜ ସେବା ଓ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବିଶିଷ୍ଟ ପ୍ରତିଭାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜକ କେମ୍ କମିଟି ଦ୍ୱାରା ଚଳିତବର୍ଷ ପାଇଁ ପଚାଶ ବର୍ଷ ବୟସ ସୀମା ମଧ୍ୟରେ ‘ପୁସ୍ତକମେଳା ଯୁବ ସାହିତ୍ୟ ପୁରସ୍କାର’ ଯୁବ କଥାକାର ମାତୃଦତ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ସେହିପରି ନୂତନ ପିଢିର ତରୁଣ ଲେଖକ/ଲେଖିକାମାନଙ୍କୁ ସାହିତ୍ୟ ରଚନା ଦିଗରେ ପ୍ରୋସାହିତ କରିବା ନିମନ୍ତେ “ପୁସ୍ତକ ମେଳା ନବସୃଜନ ପୁରସ୍କାର’, ଯୁବକବି ସଂଗ୍ରାମ ମହାରଣା, କେମ୍ ଶ୍ରେଷ୍ଠ ସାହିତ୍ୟ ସମ୍ମାନ ବରିଷ୍ଠ କବୟତ୍ରୀ ଅପର୍ଣ୍ଣା ମହାନ୍ତି । କେମ୍ ଶ୍ରେଷ୍ଠ ସମ୍ବାଦ ସାହିତ୍ୟ ସମ୍ମାନ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, କେମ୍ ଶ୍ରେଷ୍ଠ ସମ୍ବାଦ ସୁଜନ ସମ୍ମାନ ଲକ୍ଷ୍ମୀକାନ୍ତ ନାୟକ, କେମ ଶ୍ରେଷ୍ଟ ଇଭେଣ୍ଟ ମ୍ୟାନେଜର ସମ୍ମାନ ବଂଶିଧର ମହାନ୍ତି, କେମ ଶ୍ରେଷ୍ଟ ଇଭେଣ୍ଟ ମ୍ୟାନେଜର ସମ୍ମାନ ଅମ୍ରିନ ସାଦାଦତ୍‌ଙ୍କୁ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ସମ୍ପାଦେକୀୟ ବିବରଣୀ ପାଠ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ପ୍ରଫୁଲ୍ଲ ଜେନା । କବୟିତ୍ରୀ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଦ୍ଧିକ ମନ୍ତ୍ରପାଠ କରିଥିଲେ ଦୁର୍ଗାମାଧବ ପଣ୍ଡା ଓ ଶେଷରେ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଇଭେଣ୍ଟ ମ୍ୟାନେଜରର୍ସ ସଦସ୍ୟମାନଙ୍କ ଦ୍ୱାରା ସତେତନ ଧମୀ ନାଟକ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେମ୍‌ର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟ, ଅବନ୍ତି ବେହେରା, ରଣଧୀର ଜେନା, ସାହିତ୍ୟକ ଶୁଭାଶୁଂ ଦାସ, ନୃସିଂହ ତ୍ରିପାଠୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ୮ଦିନ ଧରି ଚାଲିଥିବା ଏହି ପୁସ୍ତକମେଳାରେ ୫୧ଟି ଷ୍ଟଲ ପଡିଥିଲା । ଏହି ଉତ୍ସବକୁ କେମ୍‌ର ସଦସ୍ୟ ଭାଗିରଥି ଓଝା, ଭବାନୀ ଓଝା, ତାରିଣୀ ପାଟ୍ଟଯୋଶୀ, ଶୁଭାଂଶୁ ଦାସ, ସ୍ୱପ୍ନାଂଶୁ ଦାସ, ଶେଷଦେବ ଦାସ, ଅମ୍ରିନ ସାହାଦତ୍‌,ସରୋଜ କୁମାର ସାହୁ, ବିନାୟକ ପ୍ରଧାନ,ଲୋପାମୁଦ୍ରା ଦାସ,ସାଗର ଜେନା, ପ୍ରଫୁଲ୍ଲ ଜେନା, ହିମାଂଶୁ ଦାସ, ଧର୍ମଦର୍ଶୀ କର, ମନୋଜ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବେହୁରା, ରାଜେନ୍ଦ୍ର ମହାପାତ୍ର, ମଞ୍ଜୁଶ୍ରୀ ଦାସ, ଗିରିଜା ପ୍ରସାଦ ଦାସ, ଡ. ଗୌରିକାନ୍ତ ଦାସ, ବଂଶିଧର ମହାନ୍ତି, ରଞ୍ଜନ ବାରିକଙ୍କ ସହିତ କେମ୍‌ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତା ସହିତ ପରିଚାଳନା କରିଥିଲେ ।


Next Post

ତୁଳସୀକ୍ଷେତ୍ରରେ ମକର ଉତ୍ସବ

Wed Jan 14 , 2026
କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ତଥା ତୁଳସୀକ୍ଷେତ୍ରରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ପ୍ରତୁଷରୁ ଦ୍ୱାର ଫିଟା ନୀତି, ଜୟମଙ୍ଗଳା ଆଳତୀ, ନୀତି ସ୍ନାନ ବଲ୍ଲଭ ଧୂପ ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୩୦ରେ ସକାଳ ଖେଚୁଡ଼ି ଧୂପ ହୋଇଥିଲା। ଭକ୍ତମାନେ ଏହାପରେ ମହାପ୍ରଭୂଙ୍କ ଦର୍ଶନ କରିଥିଲେ। ହଜାର ହଜାର ଭକ୍ତ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣ ୩ଟା […]

KANIKA