ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା



କେନ୍ଦ୍ରାପଡ଼ା, ୨୬ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନ ପରିସରରେ ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ଶାଖା ଆନୁକୂଲ୍ୟରେ ଲୋକ ସଂସଦର ଉଦବୋଧନୀ ବକ୍ତୃତାମାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଲୋକ ସଂସଦର ସଭାପତି ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ସଭାପତିତ୍ୱ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କଟକ ଜିଲ୍ଲା ସଭାପତି ଜଗତ କିଶୋର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀଜିଙ୍କର ଅଦୈ୍ୱତ ବେଦାନ୍ତ ଦର୍ଶନର ତର୍ଜମା କରିବା ସହିତ ଶ୍ରୀମଦ୍ ଭଗବତ ଗୀତାର ଅମୃତ ବାଣୀର ବିଶ୍ଳେ୍ୱଷଣ କରିଥିଲେ। ସ୍ୱାମୀଜିଙ୍କୁ ଯୁବମାନସର ପ୍ରତିଭୂ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ସହଯୋଗ କରିଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ୍ ବୋଷ ସ୍ୱାଗତ ଭାଷଣ ଓ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ସତ୍ୟରଞ୍ଜନ ମିଶ୍ର ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଲୋକ ସଂସଦର ଉଦବୋଧନୀ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଲୋକସଂସଦର ପୂର୍ବ ସଂଭାଗର ବିଚାରଧାରା ମୁଖ୍ୟ ଡ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୀମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ଓ ବିଦାୟୀ ସଂଗୀତ ଗାନ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ, ଡ. ପ୍ରଭାକର ମଲ୍ଲିକ, ଡ. ଦିପ୍ତୀ ରାୟଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading