
ପଟ୍ଟାମୁଣ୍ଡାଇ ୨୮/୯ -ରାଜ୍ୟବ୍ୟାପି ନର୍ସିଂ କର୍ମଚାରୀ ସଙ୍ଘ ଡାକରାରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ କର୍ମଚାରୀ ମାନେ ସିରିଞ୍ଜ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ବସିଥିଲେ । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଥରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଆସୁଥିବା ପ୍ରାୟ ଦୁଇ ହଜାରରୁ ଅଧିକ ରୋଗୀ ମାନଙ୍କ ସେବା ବାଧା ପ୍ରାପ୍ତ ହୋଇଛି । ଯାହାଫଳରେ ରୋଗୀ ମାନେ ହନ୍ତସନ୍ତ ହେଉଥିବା ଜଣାଯାଇଛି । ନର୍ସିଂ କର୍ମଚାରୀ ସଙ୍ଘର ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ନର୍ସିଂ କର୍ମଚାରୀ ଦାବୀ ଗୁଡିକ ମଧ୍ୟରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତ ନର୍ସିଂ କର୍ମଚାରୀଙ୍କ ୬ବର୍ଷ ଚୁକ୍ତି ଭିତିିକ ଅବଧିକୁ ମୁଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ôଥକ ସୁବିଧା ପ୍ରଦାନ,ବରିଷ୍ଠତା ଭିତିରେ ପଦୋନ୍ନତି, ଆଉଟ ସୋରସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତନ ଭଳି ୧୦ ଦଫା ଦାବି ନେଇ ଓଡିଶା ନର୍ସିଂକର୍ମଚାରୀ ସଙ୍ଘ ଡାକରାରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ କର୍ମଚାରୀ ଓ ଅଫିସର ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ରାଜ୍ୟ ସରକାର ଏହି ସମସ୍ତ ଦାବି ଗୁଡିକୁ ପୂରଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନର୍ସିଂ କର୍ମଚାରୀ ସଂଘ ଚେତାବନୀ ଦେଇଛି ।











