ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା ନିମିତ୍ତ ନଗର ବିଜେଡିର ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା, ୨୮/୯: ଶନିବାର ଅପରାହ୍ନ ୪ ଘଟିକା ସମୟରେ କେନ୍ଦ୍ରାପଡା ଟାଉନ୍ ହଲ୍‌ଠାରେ ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ ଏକ ମାସ ବ୍ୟାପି ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ନଗର ବିଜେଡି ତରଫରୁ ଏକ ପ୍ରସ୍ତୁତି ବୈଠକ ନଗର ସଭାପତି ଯଯାତୀ କେଶରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜେଡି ସଭାପତି ଧିରେନ୍ କୁମାର ସାହୁ ଓ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଦଳର ଜନ ସମ୍ପର୍କ ପଦଯାତ୍ରା ଓ ପ୍ରାଥମିକ ସଭ୍ୟ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ । ଅକ୍ଟୋବର ମାସ ୨ତାରିଖଠାରୁ ତା୩୧.୧୦.୨୦୨୪ରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ୨ତାରିଖରେ ସକାଳ ୮ ଘଟିକାରେ ଗରାପୁର ଡାକ ବଙ୍ଗଳା ଛକସ୍ଥିତ ଗାନ୍ଧୀମୂର୍ତ୍ତି ଠାରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ତିନିମୁହାଣୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳ ପର୍ଯ୍ୟନ୍ତ ଯିବ । ଏହି ପ୍ରସ୍ତୁତି ବୈଠକରେ ରଞ୍ଜିତ କୁମାର ସାହୁ, ହିରଣ୍ୟ କୁମାର ପଣ୍ଡା, ଉମେଶ ନାୟକ, ପ୍ରଦୀପ୍ତ କୁମାର ଜେନା, ହିବଜୁର ରହେମାନ, ମୁକ୍ତାର ଖାଁ, ପ୍ରଶାନ୍ତ କୁମାର ସିଂହ, ସମ୍ବିତ ଶ୍ରୀଚନ୍ଦନ, ପ୍ରଦୀପ ନାୟକ, ନାରାୟଣ ସାହୁ, ସେକ୍ ମତୁ, ସେକ୍ ଇନାୟତ, ଏମଡି ନିୟାଜ, ରମେଶ କୁମାର ଦାସ, ସେକ ରହେମତ, କ୍ଷୀରୋଦ ମେକାପ, ବିଭୂତିଭୂଷଣ ପଣ୍ଡା, ଅନିଲ ଅହମ୍ମଦ, ଆକାଶ ବେହେରା, ଟୁକୁନି ସିଂହ, ସେକ ନସିମୁଦ୍ଦିନ, ସେକ ଇମରାନ, ମାନସ ଦାସ, ବିଜୟ ମଣ୍ଡଳ, ସାହେବ ସହିଲ ରାଉତ, ଅଜିତ ବେହେରା, ସେକ ରକିବୁର ରହେମାନ, ସେକ ଗୋଫ୍ରାନ, ସେକ ଚାନ୍ଦ, ମହେନ୍ଦ୍ର ମିଶ୍ର, ସମୀର କୁମାର ଚାନ୍ଦ, ଅଶିଷ କୁମାର ପାଣି, କୃଷ୍ଣଚନ୍ଦ୍ର ମଲ୍ଲିକ, ସୟଦ ମୁକ୍ତାର ଅଲ୍ଲୀ, ସେକ ତଫୁରୁଦ୍ଦିନ ଓ କମଳାକାନ୍ତ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


Next Post

ଓଡିଶା ନର୍ସିଂ କର୍ମଚାରୀ ସଙ୍ଘର ୧୦ଦଫା ଦାବିରେ ବିକ୍ଷୋଭ

Sat Sep 28 , 2024
କେନ୍ଦ୍ରାପଡ଼ା, ୨୮ା୯: ଓଡିଶା ନର୍ସିଂ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୧୩ମସିହା ନଭେମ୍ବର ୧୨ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବା, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ […]

KANIKA