ପଟ୍ଟାମୁଣ୍ଡାଇ କଲେଜରେ ଅଭିଭାବକ-ଶିକ୍ଷକ ବୈଠକ



ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର ବୈଠକର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଅଭିଭାବକମାନଙ୍କୁ ସୁଚିନ୍ତିତ ମତାମତ ଦେବାକୁ ପରାମର୍ଶ ଦେଇଥିଲେ । ଅତିଥି ଅଧ୍ୟାପକ ସୁଶାନ୍ତ ରାଉତ ଓ ଡେମନଷ୍ଟେଟର ଗଣେଶ୍ୱର ଦାସ ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ଶିକ୍ଷକ ଅଭିଭାବକ ବୈଠକରେ ୨୫ରୁ ଉର୍ଦ୍ଧ ଅଭିଭାବକ ଯୋଗ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ବୈଠକରେ ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ଓ ଶେଷରେ ଗଣେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।


Next Post

ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ପାଇଁ ଆଲୋଚନାଚକ୍ର

Sat Sep 28 , 2024
କେନ୍ଦ୍ରାପଡ଼ା,୨୮ା୯: ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁ ଏହି ବୈଠକରେ ପୈାରହିତ୍ୟ କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ବୈଠକରେ […]

KANIKA