ପଟ୍ଟାମୁଣ୍ଡାଇ କଲେଜରେ ଅଭିଭାବକ-ଶିକ୍ଷକ ବୈଠକ



ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର ବୈଠକର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଅଭିଭାବକମାନଙ୍କୁ ସୁଚିନ୍ତିତ ମତାମତ ଦେବାକୁ ପରାମର୍ଶ ଦେଇଥିଲେ । ଅତିଥି ଅଧ୍ୟାପକ ସୁଶାନ୍ତ ରାଉତ ଓ ଡେମନଷ୍ଟେଟର ଗଣେଶ୍ୱର ଦାସ ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ଶିକ୍ଷକ ଅଭିଭାବକ ବୈଠକରେ ୨୫ରୁ ଉର୍ଦ୍ଧ ଅଭିଭାବକ ଯୋଗ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ବୈଠକରେ ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ଓ ଶେଷରେ ଗଣେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading