
ପଟ୍ଟାମୁଣ୍ଡାଇ ୨୯/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ କଲେଜ ଛାତ୍ରୀ ରବିବାର ମଧ୍ୟାହ୍ନରେ ନିଜ ମାମୁଁ ଘରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ +୩ ଦିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ତାଙ୍କ ନାମ ଇତୀଶ୍ରୀ ସାହୁ (୧୯)। ସେ ତାଙ୍କ ମାମୁଁ ଘରେ ରହି ପାଠପଢୁଥିଲା ବେଳେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ଜାଣି ମାମୁଁ ଘର ଲୋକେ ତୁରନ୍ତ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଭର୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ଅଜା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ଶବ ଜବତକରି ତଦନ୍ତ ଆରମ୍ଭ କରିଛି। ଏନେଇ ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ-୧୭/୨୯-୯-୨୦୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଛିା

