ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ବୋଝ ନୁହନ୍ତି ବରଂ ଅମୂଲ୍ୟ ସମ୍ପଦ , ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ


ପଟ୍ଟାମୁଣ୍ଡାଇ ୧/୧୦ –ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା ସହ ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସ ପହିଲାରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନରେ ହିଁ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଥାଏ ।ଏହାର ସଦୁପଯୋଗ ହେବା ଆବଶ୍ୟକ। ବରିଷ୍ଠ ନାଗରିକମାନେ ସମାଜ ସଂସ୍କାରର ମଙ୍ଗୁଆଳ ବୋଲି ମଙ୍ଗଳବାର ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ତିନୋଟି ପର୍ଯାୟ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।


ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ଚିତବିନୋଦନ ଗୃହ ପରିସରରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭ ଅଧିବେଶନରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ସିନିୟର ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ, ଉପଲବଧୀ, ସମାଜପ୍ରତି ସେବା ଓ ସମର୍ପଣ ଭାବକୁ ସ୍ୱୀକାର କରିବା ଓ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସର ଆଭିମୁଖ୍ୟ । ବରିଷ୍ଠ ନାଗରିକ ମାନଙ୍କ ସମାଜରେ ପ୍ରତିଷ୍ଠା, ଆଇନ ସେବା, ବରିଷ୍ଠ ନାଗରିକ ଅଧିନିୟମ ୨୦୦୭ ଅନୁସାରେ ବରିଷ୍ଠ ତଥା ପିତା ମାତା ପ୍ରତିପୋଷଣ ଓ ସାହାଚର୍ଯ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

ଦିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ଆର୍ଦଶ ଥାନା ଅଧିକାରୀ ସୁଶାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥ୍ୟ ରକ୍ଷା ନିମନ୍ତେ ସରକାରଙ୍କ ପଦକ୍ଷେପ, ସରକାରଙ୍କ ବିଭିନ୍ନ ସ୍କିମ୍‌, ବୃଦ୍ଧାବୃଦ୍ଧଙ୍କ ପେନସନ ପ୍ରଦାନ ଉପରେ ଉଦାହରଣ ସହ ବକ୍ତବ୍ୟ ପ୍ରଦାନ କରିଥିଲେ ।


ଶେଷ ପ୍ରର୍ଯ୍ୟୟରେ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବିଚାରପତି ସୁମିତ୍ରା ସାହୁ ଯୋଗଦେଇ ବରିଷ୍ଠ ନାଗରିକମାନେ ଶିକାର ହେଉଥିବା ପାରିବାରିକ ଅବହେଳା ଓ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ବୋଝ ନୁହନ୍ତି ବରଂ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜରେ ବରିଷ୍ଠ ନାଗରିକ ମାନେ କିପରି ସୁଖରେ ଜୀବନ ଜାପନ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚ ସମ୍ପାଦକ ପ୍ରଫେସର ଭରତ ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଜୟ ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଦୁର୍ଯୋଧନ ପରିଡା,ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ପ୍ରଫେସର ନରହରି ଲେଙ୍କା,ଆଇନଜିବୀ ଭବାନୀ ଶଙ୍କର ପଣ୍ଡା,ରବିନ୍ଦ୍ର ଦାଶ, ସୁରେଶ ନରେନ୍ଦ୍ର, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, ପ୍ରମୋଦନାୟକ, ପାବନୀ ରାଉତ, ବିଜୟ ରାଉତ,ତ୍ରୈଲୋକ୍ୟପ୍ରସାଦ ମିଶ୍ର, ଇଂ ଗୁଣଧର ସାମଲ,ଇଂ ତପନ ପାତ୍ର, ଗୋକୁଲ ଚନ୍ଦ୍ର ରାଉତ, ନରହରି ଦାସ, ଶଚିନନ୍ଦନ ଦାସ, ଉର୍ମିଳା ବିଶ୍ୱାଳ, ଲକ୍ଷ୍ମୀ ପ୍ରୀୟା ମହାନ୍ତି ଭୁପତି ପ୍ରସାଦ ନାୟକ, ପ୍ରଫୁଲ୍ଲ ପ୍ରଧାନ, ଧବଳେଶ୍ୱର ଖଣ୍ଡାୟୀ, ଗର୍ଦ୍ଧବ ଲେଙ୍କା, ରାଜେନ୍ଦ୍ର ପ୍ରସାଦ ସିଂ, ଅଭୟ ପରିଡା, ବସନ୍ତ ପରିଡା, ଶଙ୍କରର୍ଷଣ ଦାଶ, ଶରତ ନାୟକ, ତ୍ରୀନାଥ ପ୍ରଧାନ, ଅକ୍ଷୟ ବିଶ୍ୱାଳ ,ରାଧା ରମଣ ଦାଶ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading