ପଟ୍ଟାମୁଣ୍ଡାଇ ୧/୧୦-ପଟ୍ଟାମୁଣ୍ଡାଇ କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ଼ ମଥୁରୀ ଚରଣ ନାୟକ ଯୋଗ ଦେଇ ଓମେନ ଇମପାୱାରମେଂଟ ଆଣ୍ଡ ପଲିଟିକସ ଏଫ ଡେଭେଲପମେଂଟ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲୋ କଲେଜ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ କ୍ୟାପଟେନ ମନୋଜ ପରିଡା ସ୍ୱାଗତଭାଷଣ ଓ ପ୍ରାଧ୍ୟାପକ ରଂଜିତ ସେନାପତି ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ସେମିନାରରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଡ଼ ବୈକୁଣ୍ଠ ପ୍ରଧାନ, ପ୍ରମୋଦ ସ୍ୱାଇଁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ +୩ଛାତ୍ରୀ ସସ୍ମିତା ଲେଙ୍କା ଧନ୍ୟବାଦ ଦେଇଥିଲେ ।